ଗଜପତିରେ ମାଓ ସହୀଦ ସପ୍ତାହ ପାଳନ ବିଫଳ

ପାରଳାଖେମୁଣ୍ଡି-ଶହୀଦ ସପ୍ତାହ ପାଳନ ଓ ମାଓ ଦମନକୁ ବିରୋଧ କରି ମାଓବାଦୀମାନେ ବନ୍ଦ ଡାକରା ଦେଇଛନ୍ତି । ସରକାରଙ୍କ ନକ୍ସଲ ଦମନ ନୀତିକୁ ବିରୋଧ କରି ପ୍ରତିବର୍ଷ ଜୁଲାଇ ୨୮ତାରୁଖ ଠାରୁ ସଂଗଠନ ତରଫରୁ ଏହି ସପ୍ତାହ ପାଳନ କରାଯାଇଥାଏ । ଏହି ବନ୍ଦ ଡାକରା ଗଜପତି ଜିଲ୍ଲାରେ କୌଣସି ପ୍ରଭାବ ପଡିନାହିଁ । ବନ୍ଦ ଡାକରା ସମ୍ପୂର୍ଣ ବିଫଳ ହୋଇଛି । ଗଜପତି ଜିଲ୍ଲାର ଅଧିକା ମାଓ ପ୍ରବଣ ଅଡବା ଥାନାଧିକାରୀ ମୁକେଶ ଲାକରା କହିଛନ୍ତି ଯେ ବନ୍ଦ ପ୍ରଭାବ କୌଣସି ଭାବେ ପରିଲକ୍ଷିତ ହୋଇନାହିଁ କିମ୍ବା ମାଓବାଦୀ ମାନଙ୍କ ତରଫରୁ କୌଣସି ଓା୍ୱଲପୋଷ୍ଟର ଆଦି ବିଲକୁଲ ଦେଖା ଦେଇ ନାହିଁ । ପ୍ରଶାସନ ଓ ପୋଲିସ ସାଧାରଣ ଲୋକଙ୍କ ନିକଟତର ହେବା ସହ ବିଭିନ୍ନ ଜନ ସମ୍ପର୍କ ଶିବିର ଆଦି ଯୋଗୁଁ ଲୋକେ ମାଓବାଦୀ ସଙ୍ଗଠନ କିମ୍ବା ବିଭିନ୍ନ ପ୍ରଚାରରୁ ଦୁରେଇ ରହିଛନ୍ତି । ଏହି ଅଞ୍ଚଳରେ କୌଣସି ମାଓବାଦୀ ସଙ୍ଗଠନ ନାହିଁ । ଦୋକାନ ବଜାର,ସରକାରୀ ଅଫିସ,ସ୍କୁଲ କଲେଜ,ବସ୍ ଚଳାଚଳ ଆଦି ସ୍ୱାଭାବିକ ଭାବେ ଚାଲୁ ରହିଛି । ମାଓବାଦୀଙ୍କ ସହିଦ ସପ୍ତାହ ଆଜି ଠାରୁ ଆରମ୍ଭ ହୋଇ ଅଗଷ୍ଟ ୩ତାରିଖ ଦିନ ଶେଷ ହେବ । ଏହି ୭ଦିନ ଗଜପତି ପୋଲିସ ତରଫରୁ ହାଇଆଲ୍ଲାଟ ଜାରି କରାଯାଇଛି । ହେଲେ, କେବଳ ସୁରକ୍ଷା ଦୃଷ୍ଟିରୁ ଓଏସଆରଟିସି ବସ୍ ଚଳାଚଳକୁ ଏହି ୭ଦିନ ପାଇଁ ବାତିଲ କରାଯାଇଛି । ତେଣୁ ଗଜପତି ଜିଲ୍ଲାର ଅଡବା ମୋହନା ଦେଇ ରହିଥିବା ୧୭ନଂ ରାଜ୍ୟ ରାଜପଥର ସମସ୍ତ ବସ୍ ଚଳାଚଳ ବନ୍ଦ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ