ଶ୍ରୀନିବାସ ବେହେରାଙ୍କ ବିୟୋଗରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଜମପଡା ପଂଚାୟତର ଗୈାଡଗାଁ ଗ୍ରାମର ଉଦୀୟମାନ ଯୁବକ ଶ୍ରୀନିବାସ ବେହେରାଙ୍କ ବିୟୋଗରେ “ମୋ ଗାଁ ମୋ ସଂସ୍କୃତି ପରିବାର” ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ସମ୍ପାଦକ ସମ୍ବିତ କୁମାର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଅତିଥି ଭାବେ ଆଶୁକବି ନରେଶ ଚନ୍ଦ୍ର ମହାନ୍ତି,ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ରାଜସ୍ୱ ବିଭାଗ କ୍ଷେତ୍ରୀୟ ପରିଦର୍ଶକ ହିମାଂଶୁ ଶେଖର ଦାସ ଓ ପୃଥୀରାଜ ସ୍ୱାଇଁ ଯୋଗଦେଇ ସୂର୍ଗତ ଶ୍ରୀନିବାସଙ୍କ ସ୍ମୃତିଚାରଣ କରିବା ସହ ତା ଭଳି ଜଣେ ଉଦୀୟମାନ ଯୁବକ ସାଧାରଣରେ ବିରଳ ବୋଲି ମତବ୍ୟକ୍ତ କରିଥିଲେ । “ମୋ ଗାଁ ମୋ ସଂସ୍କୃତି ପରିବାର”ର ଜଣେ ସକ୍ରୀୟ ସଦସ୍ୟ ଭାବରେ ଗ୍ରାମର ବିଭିନ୍ନ ବିକାଶ ଓ ଉନ୍ନୟନ ପାଇଁ ଆଗକୁ ବାହାରି କାର୍ଯ୍ୟ କରୁଥିବା ସୂର୍ଗତ ଶ୍ରୀନିବାସ ଆମ ଗାଁ ପାଇଁ ସର୍ବଦା ଅମର ହୋଇ ରହିଥିବା ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ପ୍ରଥମେ ସୂର୍ଗତ ଆତ୍ମାର ସଦଗତି ନିମନ୍ତେ ୨ମିନିଟ ନୀରବ ପ୍ରାର୍ଥନା କରାଯିବା ପରେ ହିମାଂଶୁ ଶେଖର ଦାସ ଗୀତାପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଶାନ୍ତ କୁମାର ସାମଲ, ପ୍ରକାଶ ସ୍ୱାଇଁ, ଶ୍ରୀଧର ଦାସ, ଶେଖର ବେହେରା, କୈଳାସ ରାଉତ, ମାନସ ଲେଙ୍କା, ପ୍ରଭାତ ଲେଙ୍କା, ଶ୍ରୀନିବାସର ପିତା ରବିନ୍ଦ୍ର ବେହେରା, ଭାଇ ସନ୍ତୋଷ ବେହେରାଙ୍କ ସମେତ ପରିବାର ଓ ଆତ୍ମୀୟ ସ୍ୱଜନମାନେ ଶ୍ରୀନିବାସର ବିୟୋଗରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।


