ବ୍ରହ୍ମପୁର ସ୍ୱର୍ଣ୍ଣକାର ସଂଘ ତରଫରୁ ସାଧାରଣ ସଭା ଅନୁଷ୍ଠିତ
ବ୍ରହ୍ମପୁର ,(ଯୁଗାବ୍ଦ ନ୍ୟୁଜ୍): ବ୍ରହ୍ମପୁର ସହରର ଡାଇମଣ୍ଡ ଟେଙ୍କ୍ ରୋଡ୍ସ୍ଥିତ ବୀର ବ୍ରହ୍ମେନ୍ଦ୍ର ସ୍ୱାମୀ ମନ୍ଦିର ପ୍ରାଙ୍ଗଣରେ ସ୍ୱର୍ଣ୍ଣକାର ସଂଘ ପକ୍ଷରୁ ରବିବାର ସକାଳ ସାଢେ ୧୦ ଘଣ୍ଟା ସମୟରେ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ , ବ୍ରହ୍ମପୁରର ନବନିର୍ବାଚିତ ବିଧାୟକ ଶ୍ରୀ ବିକ୍ରମ ପଣ୍ଡା ପୂର୍ବତନ ଏମ୍ ,ଏଲ,ଏ ରମେଶ ଚନ୍ଦ୍ର ପଟ୍ଟନାୟକ ପୂର୍ବତନ ବିଡିଏ ଚ୍ୟାୟାରମ୍ୟାନ୍ ସୁବାସ ମହାରଣାଙ୍କୁ ବିଭିନ୍ନ ମୁଖ୍ୟ ସମସ୍ୟା ଉପରେ ଅବଗତ କରାଇବୁ ବୋଲି ସ୍ୱର୍ଣ୍ଣକାର ସଂଘ ତରଫରୁ କୁହାଯାଇଛି । ଏହା ସହ ବୟୈାଜ୍ୟେଷ୍ଠ ସ୍ୱର୍ଣ୍ଣ କାରିଗର ତାଳା ଭକ୍ତୁଲା ବୀରାଚାରୀ ,ରାମରାଜୁ ଆଚାରୀ ,ଓ ଚିତ୍ରଡା ମୋହନରା ଆଦି ସଭ୍ୟ ମାନଙ୍କୁ ସମ୍ମାନୀତ କରାଯାଇଛି । ଆଇଆଇଟି ଦିଲ୍ଲୀରେ କୃ୍ତିତ୍ୱ ହାସଲ କରିଥିବା ବିଦ୍ୟାର୍ଥୀ କାରି ରାମସାଇ କୃତ୍ତୁର୍ତି ପାୱାନ କୁମାରଙ୍କୁ ସମ୍ମାନୀତ କରାଯାଇଛି । ଏହି ସାଧାରଣ ସଭାରେ ବହୁ କର୍ମଚାରୀ ଉପସ୍ଥିତ ଥିଲେ ।



