କଣ୍ଟେନମେଣ୍ଟ ଜୋନ ରେ ଡୁମାକୁମ୍ପା ପଞ୍ଚାୟତ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଡୁମାକୁମ୍ପା ପଞ୍ଚାୟତ ଡ଼ୁମାକୁମ୍ପା ଗ୍ରାମକୁ ଆଜି କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି।ଏହି ଗ୍ରାମରୁ ଜଣେ ସୁରଟ ଫେରନ୍ତା ପଜିଟିଭ ଚିହ୍ନଟ ହେବା ପରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କାରେ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ କରିବା ପାଇଁ ବ୍ଲକ ପ୍ରଶାସନ ତରଫରୁ ଜିଲାପାଳଙ୍କୁ ଅବଗତ କରା ଯାଇଥିଲା।ଆଜି ନିର୍ଦ୍ଦେଶ ଆସିବା ପରେ ଡୁମାକୁମ୍ପା ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଏବଂ ଏହା ଆଖ ପାଖରେ ଥିବା ଆଖୁ ପଦର,ଗୁଡ଼ି ପଦର ଓ ଶାର୍ଦ୍ଦୁଳ ଗ୍ରାମକୁ ବଫର ଜୋନ ଘୋଷଣା କରାଯାଇଛି ଏବଂ ସମସ୍ତ ରାସ୍ତାଘାଟକୁ ସିଲ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ