ଟିକଟକ ବିକଳ୍ପ ଆପ୍‌

ରୋପୋସୋ: ୨୦୧୪ ରୁ ଏହି ଆପ୍ ପ୍ରସ୍ତୁତ ହୋଇଥିଲା । ଏବେ ଗୁଗଲ ଓ ଆପଲ ଆପ ଷ୍ଟୋରର ଫ୍ରି ଆପ୍ ତାଲିକାରେ ୪.୫ ରେଟିଂ ସହ ପ୍ରଥମ ସ୍ଥାନ ଅକ୍ତିଆର କରିଥିବା ରେପୋସୋ ପକ୍ଷରୁ ଦାବି କରାଯାଇଛି । ୧୨ଟି ଭାରତୀୟ ଭାଷାରେ ଏହି ଭିଡିଓ କ୍ରିଏସନ ଓ ଶେୟାରିଂ ଆପ ଉପଲବ୍ଧ । ଏହା ଇନମୋବିର ଏକ ଆପ । ଉଭୟ ଆଣ୍ଡ୍ରଏଡ ଏବଂ ଆଇଓଏସରେ ଏହା କାର୍ଯ୍ୟ କରିଥାଏ । ଗୋଟିଏ ଦିନରେ କୋଟିଏ ଥର ଡାଉନଲୋଡ ହୋଇ ଏହି ଆପ ରେକର୍ଡ କରିବ ବୋଲି ଏହାର ପ୍ରତିଷ୍ଠାତା ଆଶା ରଖିଛନ୍ତି ।
ଚିଙ୍ଗାରୀ: ୨୦୧୮ ରେ ଲଞ୍ଚ ହୋଇଥିବା ଆପ୍ ଲଞ୍ଚ ହେବା ପରେ ପରେ ୫୦ ଲକ୍ଷରୁ ଅଧିକ ଲୋକ ଏହାକୁ ଡାଉନଲୋଡ କରିସାରିଥିବା ଜଣାପଡ଼ିଛି । ଏହା ଗୁଗଲ ପ୍ଲେ ଷ୍ଟୋରରେ ପ୍ରମୁଖ ଫ୍ରି ଆପ ତାଲିକାରେ ଦ୍ୱିତୀୟ ସ୍ଥାନ ରହିଥିବା କୁହାଯାଏ । ଏହି ଆପ କୌଣସି ବିଦେଶୀ ଆପର କ୍ଲୋନ ନୁହେଁ । ବରଂ ଭାରତୀୟଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି ବୋଲି ସହ ପ୍ରତିଷ୍ଠାତା ବିଶ୍ୱାତ୍ମା ନାୟକ କହିଛନ୍ତି । ନିକଟରେ ଏହି ଆପ ହ୍ୟାକ୍ କରାଯାଇଥିବା ଘଟଣା ଜଣାପଡ଼ିଥିଲେ ବି ଏହି ସମସ୍ୟାର ସମାଧାନ ହୋଇସାରିଛି ଏବଂ ବ୍ୟବହାରକାରୀଙ୍କ ତଥ୍ୟ ନିରାପଦ ରହିଛି ବୋଲି କୁହାଯାଇଛି ।
ମୋଜ: ଭାରତୀୟ ଆପ ମୋଜକୁ ସୋସିଆଲ ମିଡିଆ ପ୍ଲାଟଫର୍ମ୍ପ ଶେୟାରଚାଟ ପ୍ରସ୍ତୁତ କରିଛି । ଏହା ଗୁଗୁଲ ପ୍ଲେ ଷ୍ଟୋରରେ ଡାଉନଲୋଡ ପାଇଁ ନିଶୁଳ୍କ ଉପଲବ୍ଧ । ଏଥିରେ ଟିକଟକର ପ୍ରାୟ ସୁବିଧା ଉପଲବ୍ଧ ରହିଛି । ସର୍ଟ ଭିଡିଓ ତିଆରି କରିବା, ସ୍ପେଶାଲ ଇଫେକ୍ଟ, ଷ୍ଟିକର ଆଦି ଉପଯୋଗର ବିଭିନ୍ନ ବ୍ୟବସ୍ଥା ଏଥିରେ ରହିଛି । ଏହା ୧୫ଟି ଭାଷାରେ କାର୍ଯ୍ୟ କରିପାରେ । ଟିକଟକ ବ୍ୟାନ ହେବା ପରେ ପ୍ରସ୍ତୁତ ହୋଇ ଗୁଗୁଲ ପ୍ଲେ ଷ୍ଟୋରରୁ ଏହା ୫୦ ହଜାରରୁ ଅଧିକ ଥର ଡାଉନଲୋଡ କରାଯାଇସାରିଲାଣି । ବ୍ୟବହାରକାରୀ ଏହାକୁ ଭଲ ରେଟିଂ ମଧ୍ୟ ଦେଇସାରିଛନ୍ତି । ଭାରତ ସରକାର ୫୯ଟି ଆପ ବ୍ୟାନ କରିବା ପରେ ଏହି ଆପ ଯଥାଶୀଘ୍ର ଲଞ୍ଚ କରାଯାଇଥିଲା । ୨୦୧୫ରେ ମୋହଲ୍ଲା ଟେକ ପ୍ରାଇଭେଟ ଲିମିଟେଡ ଏହି ଆପ୍ ପ୍ରସ୍ତୁତ କରିଥିଲା । ସବୁଠାରୁ ବଡ଼ କଥା ଏହା ଇଂରାଜୀ ଭାଷାକୁ ସର୍ପୋଟ କରେ ନାହିଁ ।
ମିତ୍ରୋଁ: ସର୍ବାଧିକ ଲୋକପ୍ରିୟତା ହାସଲ କରିଛି ମିତ୍ରୋଁ ଆପ । ଗତ ଏପି୍ରଲ ମାସରେ ଲଞ୍ଚ ହେବା ପରେ ୧.୭ କୋଟିରୁ ଅଧିକ ଲୋକ ଏହାକୁ ଡାଉନଲୋଡ କରିସାରିଲେଣି । ୩ ୱାନ୪ କ୍ୟାପିଟାଲ ଏବଂ ଲେଟସ ଭେଞ୍ଜର ସିଣ୍ଡିକେଟ ପକ୍ଷରୁ ଏଥିରେ ୨ କୋଟି ଟଙ୍କାର ପୁଞ୍ଜି ଲଗାଣ କରାଯାଇଛି । ୧ କୋଟି ଡାଉନଲୋଡ ହେବା ପରେ ମିତ୍ରୋଁ ଆପକୁ ଏହି ପୁଞ୍ଜି ମିଳିପାରିଛି ।
ହିପି: ଭାରତର ଲୋକପ୍ରିୟ ଷ୍ଟ୍ରିମିଙ୍ଗ ସର୍ଭିସ ଯୋଗାଣ କାରୀ ଏବଂ ଓଟିଟି ପ୍ଲାଟଫର୍ମ ଜୀ-୫ ନିଜର ଏଇ ସର୍ଟ ଭିଡିଓ ଶେୟାରିଂ ପ୍ଲାଟଫର୍ମ ହିପି ଲଞ୍ଚ କରିଛି । ଏଥିରେ ବ୍ୟବାହାରକାରୀ ଟିକଟକ ପରି ନିଜର ସର୍ଟ ଭିଡିଓ କ୍ଲିପ ପ୍ରସ୍ତୁତ କରି ବନ୍ଧୁମାନଙ୍କ ସହ ଶେୟାର କରିପାରିବେ । ବ୍ୟବହାରକାରୀ ଏଥିରେ ନିଜର ସର୍ଜନଶୀଳତା ଏବଂ ସ୍ୱାଧୀନତା ସହ ଷ୍ଟାରଡମର ପରିପ୍ରକାଶ କରିପାରିବେ । ଏକାଧିକ ଚମକ୍ରାର ଫିଚର ସହ ହିପି ଆପରେ ୧୫ ରୁ ୯୦ ସେକେଣ୍ଡ ପର୍ଯ୍ୟନ୍ତ ଭିଡିଓ ପୋଷ୍ଟ କରାଯାଇପାରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ