ହିଞ୍ଜିଳିରେ କରୋନା ସନ୍ଦିଗ୍ଧଙ୍କ ମୃତ୍ୟୁ ଅଭିଯୋଗ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ସାରା ହିଞ୍ଜିଳିକାଟୁ ପୌରାଂଚଳ ସମେତ ବ୍ଳକର ସମସ୍ତ ଗ୍ରାମାଂଚଳ ଏବେ କରୋନା ଜାଲରେ ଫସିଯାଇଥିବା ସ୍ଥାନୀୟ ଅଚଳରେ ସଂକ୍ରମିତଙ୍କୁ ଚିହ୍ନ଼ଟ ଓ ଆକ୍ରାନ୍ତଙ୍କ ସ୍ଥିତିରୁ ଦେଖିବାକୁ ମିଳିଛି । ଭୟାବହା ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯାଉଥିବା ବେଳେ ଏଥିପ୍ରତି ସଚେତନ, ନିର୍ଦ୍ଦେଶନାମା ଓ ପ୍ରଶାସନିକ ଅଧିକାରୀ ମାନଙ୍କ ପ୍ରଚେଷ୍ଟା ଫଳପ୍ରଦ ହୋଇପାରୁନଥିବା ଜଣାପଡ଼ିଛି । ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ଉଦ୍ୟମ ଜାରି ରହିଥିଲେ ସୁଦ୍ଧା ଅମାନିଆ ଓ ଉଲଘଂନକାରୀଙ୍କ ଅସାବଧାନତା ଭାବପ୍ରବଣତା, ବେଖାତିରିଆ ମାନସିକତା ପରିସ୍ଥିତିକୁ ବିଗାଡ଼ି ଦେଇଛି । ଳରେ କରୋନା ତାର ଅଦୃଶ୍ୟ ପଂଝାରେ ଆକ୍ରାନ୍ତଙ୍କୁ କବଳିତ କରି ମୃତ୍ୟୁର ଫାସ ପକାଇ ଗୋଟିକ ପରେ ଗୋଟିଏ ମୁଣ୍ଡ ନେବାରେ ଲାଗିଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ, ଜିଲ୍ଲା ପ୍ରଶାସନ ସମେତ ସ୍ଥାନୀୟ ପ୍ରଶାସନ ପକ୍ଷରୁ କରୋନା ସଚେତନତା ଜାରି କରାଯାଇଥିଲେ ମଧ୍ୟ ଆକ୍ରାନ୍ତଙ୍କ ରୋଗ ଲୁଚାଇବା ଓ ଅହଯୋଗ କରିବା ଘଟଣା ସମ୍ପ୍ରତି ଅଂଚଳବାସୀଙ୍କ ସକାଶେ ଭଓ ଆତଙ୍କରେ ପରିବେଶ ସୃଷ୍ଟି କରିଛି । ପ୍ରଶାସନ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ସାଧାରଣରେ ବେଶ ଉଦବେ୍ଗ ପ୍ରକାଶ ପାଇଛି । ସ୍ଥାନୀୟ ବ୍ଳକ କଂଚରୁ ଗ୍ରାମରେ ଜଣେ ୪୨ ବର୍ଷ ବୟସ୍କ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଶନିବାର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଗ୍ରାମବାସୀଙ୍କ ପକ୍ଷରୁ ମିଳିଥିବା ସୂଚନା ପ୍ରକାରେ କଂଚୁରୁ ଗ୍ରାମର ତପନ ସାହୁ ଦୀର୍ଘଦିନ ଧରି ଶେରଗଡ଼ ବ୍ଳକ କୁଲାଡ଼ ଗ୍ରାମରେ ରହି ବାସନକୁସନ ବ୍ୟବସାୟ କରି ଆସୁଥିଲେ । ଗତ କିଛି ଦିନ ପୂର୍ବେ ସଂପୃକ୍ତ ବ୍ୟକ୍ତି ଜଣକ ଜ୍ଜର ଓ କାଶରେ ଆକ୍ରାନ୍ତ ଥିଲେ । ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରି ଆସୁଥିଲେ । ପ୍ରାୟ ୧୦ ଦିନ ପୂର୍ବେ ବ୍ୟକ୍ତି ଜଣକ ନିଜ ପୈତୃକ କଂଚୁରୁକୁ ଫେରିଥିଲେ । ଚିକିତ୍ସା ସକାଶେ ପ୍ରଥମେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି ହୋଇଥିଲେ । ଅବସ୍ଥାରେ ସୁଧାର ନଆସିବାରୁ ଅଧିକ ଚିକିତ୍ସା ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ଯାଇଥିଲେ । ଶୁକ୍ରବାର ବିଳମ୍ବିତ ରାତିରେ ସଂପୃକ୍ତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବା ପରେ ଶନିବାର ସକାଳେ ଚିକିତ୍ସାଧିନ ସମୟରେ ମୃତ୍ୟୁ ଘଟିଥିଲା । ମୃତ୍ୟୁ ଖବର ଗ୍ରାମରେ ପ୍ରଚାରିତ ହେବା ପରେ ମୃତକଙ୍କ ପରିବାର ସଦସ୍ୟଙ୍କୁ ଶବ ହସ୍ତାନ୍ତର ନକରାଯାଇ ପ୍ରଶାସନ ପକ୍ଷରୁ ଶବ ସତ୍କାର କରାଯାଇଥିବା ଗ୍ରାମବାସୀଙ୍କ ପକ୍ଷରୁ ସୂଚନା ମିଳିଛି । ଘଟଣା ନେଇ ବିଡ଼ିଓ ପ୍ରସନ କୁମାର ପାତ୍ରଙ୍କ ସହ ଯୋଗାଯୋଗ କରିବାରୁ ସେ କହିଲେ ସଂପୃକ୍ତ ବ୍ୟକ୍ତିଙ୍କ ସ୍ୱାବ ନମୁନା ପଜିଟିଭ ଆଶଭ୍କା କରି ମୃତକଙ୍କ ଶବକୁ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇନଥିବା କହିଛନ୍ତି । ମୃତ ବ୍ୟକ୍ତିଙ୍କ କରୋନାରେ ମୃତ୍ୟୁ ହୋଇଥିବା ନେଇ ଗ୍ରାମବାସୀଙ୍କ ମଧ୍ୟରେ ଆଶଙ୍କା ଦେଖାଦେଇଛି । ତେବେ ମୃତ୍ୟୁ ବରଣ କରିଥିବା ଯୁବକଙ୍କୁ ମେଡ଼ିକାଲ ନେବା ଆଣିବା କରିଥିବା ୨ ଅଟୋ ଚାଳକଙ୍କୁ ସଂକ୍ରମଣ ଆଶଙ୍କା କରି ସଙ୍ଗରୋଧ କେନ୍ଦ୍ରରେ ରହିବା ନେଇ ପ୍ରଶାସନ ପକ୍ଷରୁ ତାଗିଦ କରାଯାଇଛି । ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିବା ଟ୍ରେସିଂ, ଟେଷ୍ଟିଙ୍ଗ ଓ ଟ୍ରିଟେମେଂଟ ବ୍ୟବସ୍ଥାକୁ ତ୍ୱରିତ କରିବା ପାଇଁ ସାଧାରଣରେ ମତ ପ୍ରକାଶ ପାଇଛି ।


