ଦୁଇ ଗ୍ରାମକୁ ସଟଡାଉନ ଘୋଷଣା କଲେ କଳବାଡ ସରପଞ୍ଚ
ଚିକିଟି (କୁରେଶୁ ସାହୁ): କଳବାଡ଼ ଗ୍ରାମ ପଂଚାୟତ ଅନ୍ତର୍ଗତ ପାଣ୍ଡିରି ଓ ମୟୀସାନପୁର ଗ୍ରାମରେ ଜିଲ୍ଲା ପ୍ରଶାସନ ତରଫରୁ କରୋନା ପଜଟିଭ ଚି଼ହ୍ନଟ ହେବା ପରେ କଳବାଡ଼ ସରପଞ୍ଚ ସଞ୍ଜୁ ପ୍ରଧାନ ଗୋଷ୍ଠୀ ସଂକ୍ରମନ ର ଆଶଙ୍କା କରି ପ୍ରଶାସନିକ ସ୍ତରରେ କଣ୍ଟେନମେଣ୍ଟ ଜୋନ ଘୋଷଣା ହେଲା ପରେ ବି ସେ ପାଣ୍ଡିରି ଓ ମୟୀସାନପୁର ଗ୍ରାମ କୁ ୭ ଦିନ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରିଛନ୍ତି। ଗ୍ରାମ ର ସମସ୍ତ ଲୋକଙ୍କୁ କେହି ବାହାରକୁ ନ ବାହାରିବା ପାଈଁ ଅନୁରୋଧ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଗ୍ରାମ ପଥ ସିଲ, ସାନିଟl ଇଜ, କନଟାକଟ ଟ୍ରେସିଂ, ଥର୍ମାଲ ଟେଷ୍ଟ, ଲୋକଙ୍କ ଅତ୍ୟାବସକିୟ ସାମଗ୍ରୀ ଯୋଗାଣ ପାଇଁ ପଦକ୍ଷେପ ନେବା ପାଇଁ ପ୍ରଶାସନକୁ ଜଣାଇଛନ୍ତି। ତହସିଲଦାର ହରପ୍ରସାଦ ଭୋଇ,ସରପଞ୍ଚ ସଞ୍ଜୁ ପ୍ରଧାନ, ସରପଞ୍ଚ ପ୍ରତିନିଧି ମିଟୁପ୍ରଧାନ,ଭୟସ ଚ୍ୟରମେନ ପ୍ରତିନିଧି ସଚ୍ଚିଦାନନ୍ଦ ପଣ୍ଡା,ସୁଦୀପ୍ତ ପଟନାୟକ ଓ ସାମ୍ବାଦିକ ଈଶ୍ୱର ମହାରଣା ଉପସ୍ଥିତ ଥିଲେ।


