ମହୁଲଡିହା କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ବନୋତ୍ସବ ପାଳିତ
ରାଇରଙ୍ଗପୁର (ଅକ୍ଷୟ ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ୩ୟ କେନ୍ଦ୍ରୀୟ ବିଦ୍ୟାଳୟ ମହୁଲଡିହା, ରାଇରଙ୍ଗପୁର ପରିସରରେ ୭୧ ତମ ବନୋତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଇରଙ୍ଗପୁର ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରା, ମୁଖ୍ୟବକ୍ତା ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ଡ଼ଃ ଅରୁଣ ମିଶ୍ର, ସମ୍ମାନିତ ଅତିଥି ରାଇରଙ୍ଗପୁର ଉଚ୍ଚ ବାଳିକା ମାନ୍ୟତା ପୁରାତନ ଛାତ୍ରସଂଘ ସଭାପତି ଡାକ୍ତର ସ୍ବୟଂମ୍ବର ସିଂ, ଅନ୍ୟତମ ଅତିଥି ମୟୂରଭଂଜ ଜିଲ୍ଲାର ବିଶିଷ୍ଟ ପରିବେଶବିତ,ଅନ୍ୟତମ ଅତିଥି ତଥା ପରିବେଶ ଲେଖକ, ପ୍ରାକ୍ତନ ଶିମିଳିପାଳ ଅବୈତନିକ ବନ୍ୟପ୍ରାଣୀ ତତ୍ବାବଧାରକ ପ୍ରଦୀପ୍ତ କବି, ଅନ୍ୟତମ ଅତିଥି ରାଇରଙ୍ଗପୁର ଓକିଲ ସଂଘ କାର୍ଯ୍ୟକାରୀ ସଦସ୍ୟ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷ ରାଜେନ୍ଦ୍ର ଶାହା ସଭାପତିତ୍ବ କରିଥିଲେ । ଉପଜିଲ୍ଲାପାଳ ବୃକ୍ଷରୋପଣ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । ମୁଖ୍ୟବକ୍ତା ବନଖଣ୍ଡ ଅଧିକାରୀ ଡ଼ଃ ଅରୁଣ ମିଶ୍ର ସାଂପ୍ରତିକ ପରିସ୍ଥିତିରେ ବିଶ୍ୱ ଜଳବାୟୁ, ପରିବେଶ ସୁରକ୍ଷା, ପାଇଁ ଜୀବଜନ୍ତୁ ସୁରକ୍ଷା ,ପ୍ରକୃତିର ତାଳମେଳ , ବୃକ୍ଷରୋପଣ ଉପରେ ସାରଗର୍ଭକ ତଥ୍ୟଭିିତିକ ଉପସ୍ଥାପନା କରିଥିଲେ । ପରେ ନବ ନିର୍ମିତ କେନ୍ଦ୍ରୀୟ ବିଦ୍ୟାଳୟ ପାଚେରୀ କଡ଼ରେ ରାଇରଙ୍ଗପୁର ହାଇସ୍କୁଲର ପୁରାତନ ଛାତ୍ର ସଂଘର ସଦସ୍ୟ ମାନଙ୍କ ଦ୍ଵାରା ବୃକ୍ଷ ରୋପଣ କରାଯାଇଥିଲା ।


