ସଖା ସେବା ସଂଘ’ ଏବଂ ସାଇ ଗୁରୁକୁଳ ପ୍ଲେ ସ୍କୁଲର ମିଳିତ ଆନୂକୂଲ୍ୟରେ ଶିଶୁ ସ୍ୱାସ୍ଥ୍ୟ ଶିବିର

ବାଲେଶ୍ୱର : ଉତ୍ତମ ସ୍ୱାସ୍ଥ୍ୟ ଶିଶୁର ଅଧିକାର ତେଣୁ ଏହି ପରିପ୍ରେକ୍ଷୀରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସଖା ସେବା ସଂଘ’ ଏବଂ ସାଇ ଗୁରୁକୁଳ ପ୍ଲେ ସ୍ୁଲର ମିଳିତ ଆନୁକୂଲ୍ୟରେ ଶିଶୁ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଏବଂ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ବାଲେଶ୍ୱର ସଦର ବିଧାୟକ ମଦନ ମୋହନ ଦତ୍ତ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଆନୁଷ୍ଠାନିକ ଭାବେ ଶିବିରକୁ ଉଦ୍ଘାଟନ କରିବା ସହ ସଖା ସେବା ସଂଘର ପ୍ରୟାସକୁ ପ୍ରଶଂସା କରିଥିଲେ । ଏହି ଶିବିରରେ ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଡ. ମିନାକ୍ଷୀ ରାୟ ଓ ଡ. ବିଷ୍ଣୁପ୍ରିୟା ଦେ ଯୋଗଦାନ କରି ଶିଶୁମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ସେମାନଙ୍କର ଅବିଭାବକମାନଙ୍କୁ ଶିଶୁର ସ୍ୱାସ୍ଥ୍ୟ ଦିଗରେ ସଚେତନା ବାର୍ତ୍ତା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ‘ସଖା ସେବା ସଂଘ’ର ସଭାପତି ଅଞ୍ଜନ କୁମାର ଦାସ, ସାଇ ଗୁରୁକୁଳ ପ୍ଲେ ସ୍କୁଲର ପ୍ରତିଷ୍ଠାତା ସୁବାଷ ମାସନ୍ତ, ସମାଜସେବୀ ମନୋଜ ପୋଦାର, ବରିଷ୍ଠ ବୁଦ୍ଧୀଜୀବୀ ପ୍ରତାପ ଦତ୍ତ, ସମାସଜେବା ସଲିମ୍ ରାଜା ପ୍ରମୁଖ ଯୋଗଦାନ କରି ସଖା ସେବା ସଂଘ ଏବଂ ସାଇ ଗୁରୁକୁଳ ସ୍କୁଲର ପ୍ରୟାସକୁ ପ୍ରଶଂସା କରିଥିଲେ । ଶିକ୍ଷାଦାନ ବ୍ୟତୀତ ଏପରି ଶିଶୁ ସ୍ୱାସ୍ଥ୍ୟ ସେବା ଶିବିର ସାଇ ଗୁରୁକୁଳ ପ୍ଲେ ସ୍କୁଲ ଆୟୋଜନ କରି ଏକ ଉଦାହରଣ ସୃଷ୍ଟି କରିଥିବା କଥା ମଞ୍ଚସ୍ଥ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଖା ସେବା ସଂଘର ସାଧାରଣ ସମ୍ପାଦକ ସ୍ୱସ୍ତିକ୍ କୁମାର ନାୟକ, ଉପସଭାପତି ଭବାନୀ ଶଙ୍କର ନାୟକ, କାର୍ଯ୍ୟକାରୀ ସମ୍ପାଦକ ସନ୍ୟାସୀ ମହାର୍ଣ୍ଣା, ସୁରିତା ନାୟକ, ଅତିଜ୍ ପରିଡା, ମୋନାଲିସା ରାୟ, ସୁସଭନ୍ ଋଣା, ସାଇ ସୁମେରନ୍ ମାଝୀ, ସତ୍ୟ ସୁପ୍ରଭାତ ମାଝୀ, ଅର୍ଚ୍ଚନା ଘୋଷ, ସୌରଭ ଗିରି, ପୁଷ୍ପାଞ୍ଜଳୀ ବେହେରା, ଅର୍ଦ୍ଧେନ୍ଦୁ ଶେଖର ପାଲ ପ୍ରମୁଖ ସଖା ସେବା ସଂଘର ସଦସ୍ୟ ସଦସ୍ୟାମାନେ ଶିବିରକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ