ସମାଜସେବିକାଙ୍କ ଶୋକସଭା
ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) : ଭଦ୍ରକ ଜିଲା କାଉପୁର ପଞ୍ଚାୟତ ଖଜୁରୀ ପୋଖରୀ ବଙ୍ଗାଳୀ ସାହି ଗ୍ରାମର ସମାଜସେବିକା ସ୍ୱର୍ଗତା ତଉଲି ଦେବୀଙ୍କ ଏକାଦଶାହ ଅବସରରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଲକ୍ଷ୍ମୀଧର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ରାଷ୍ଟ୍ରପତି ପୁରସ୍କୃତ ଶିକ୍ଷକ ଅଲେଖ ଚନ୍ଦ୍ର ନାୟକ, ଶିଳ୍ପପତି ଜୟନ୍ତ କୁମାର ଲେଙ୍କା, ସମାଜସେବୀ ଚିତ୍ତ ରଞ୍ଜନ ପାତ୍ର, ନଗେନ୍ ନାୟକ, ହିମାଂଶୁ ପାଣିଗ୍ରାହୀ, ବିଦ୍ୟାଧର ବେହେରା, ଗୌରାଂଗ ମହାପାତ୍ର, କଳ୍ପତରୁ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ । ପ୍ରାରମ୍ଭରେ ସ୍ୱର୍ଗତା ତଉଲୀ ଦେବୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହି ଅବସରରେ ସାଇ ଭଜନ ମଣ୍ଡଳୀ ତରଫରୁ ଭଜନ ପରିବେଷଣ କରାଯାଇଥିଲା ।


