ଚୀନ-ଭାରତ ସଂଘର୍ଷ ହେଲେ ସହଯୋଗ କରିବ ଆମେରିକା

ଓ୍ବାସିଂଟନ୍: ଯଦି ଭାରତ ସହ ଚୀନ୍ କିମ୍ବା ଅନ୍ୟ କୌଣସି ଦେଶର ସଂଘର୍ଷ ହୁଏ ବା ଯୁଦ୍ଧ ହୁଏ ତେବେ ଆମେରିକା ଭାରତକୁ ସହଯୋଗ କରିବ। ଏ ନେଇ ହ୍ବାଇଟ୍ ହାଉସ୍ ଅଧିକାରୀ ମାର୍କ ମିଡୋଜ୍ କହିଛନ୍ତି। ଗତ ମାସରେ ଚୀନ୍ ସୈନିକମାନଙ୍କ ସହ ସଂଘର୍ଷ ଯୋଗୁଁ ଭାରତୀୟ ସୈନିକମାନେ ସହିଦ ହେବା କାରଣରୁ ଭାରତ ଚୀନ୍ର ଅନେକ ଆପ୍‌ ନିଷିଦ୍ଧ କରିଥିବା କଥା ତାଙ୍କୁ କୁହାଯାଇଥିଲା। ଏହାଛଡ଼ା ଦକ୍ଷିଣ ଚୀନ୍ ସାଗରରେ ‘ରୋନାଲ୍‌ଡ୍‌ ରିଗାନ୍’ ଏବଂ ‘ନିମିଜ୍’ ନାମକ ଦୁଇଟି ଲଢୁଆ ବିମାନବାହୀ ଯୁଦ୍ଧପୋତର ମିସନ୍ କ’ଣ ଏବଂ ଆମେରିକାର ମିସନ୍‌ କ’ଣ ବୋଲି ତାଙ୍କୁ ‘ଫକ୍ସ୍‌ ନିଉଜ୍‌’ ତରଫରୁ ପଚରା ଯାଇଥିଲା।
ହ୍ବାଇଟ୍‌ ହାଉସ୍ ଚିଫ୍ ଅଫ୍ ଷ୍ଟାଫ୍ ମାର୍କ ମିଡୋଜ୍ କହିଲେ, ଏ କଥା ସ୍ପଷ୍ଟ। ସେ ଅଞ୍ଚଳରେ ହେଉ କି, ଏଠାରେ ହେଉ, ଆମେ ନିରବଦ୍ରଷ୍ଟା ସାଜି ଚୀନ୍ କିଂବା ସବୁଠୁ ଶକ୍ତିଶାଳୀ, ଆଧିପତ୍ୟ ବିସ୍ତାରକାରୀ ବଳ ବୋଲାଉଥିବା ଅନ୍ୟ କାହାରିକୁ ରାଜୁତି କରାଇଦେବୁ ନାହିଁ। ଏବଂ ଏ କଥା ମଧ୍ୟ ସ୍ପଷ୍ଟ। ସେ ଭାରତ ଓ ଚୀନ୍ ମଧ୍ୟରେ ସଂଘର୍ଷ ହେଉ କି, ଅନ୍ୟ କେଉଁଠି ହେଉ, ଆମ ସେନା ସହଯୋଗ କରୁଛି ଏବଂ ସହଯୋଗ କରିଚାଲିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ