ଟେକ ମହିନ୍ଦ୍ରା ଅଫିସ ସିଲ

ଭୁବନେଶ୍ୱର: କରୋନା ପାଇଁ ପୁଣି ଏକ ଅଫିସ ସିଲ କରାଯାଇଛି । ରାଜଧାନୀ ଭୁବନେଶ୍ୱରସ୍ଥ ମୈତ୍ରୀ ବିହାର ଅଞ୍ଚଳରେ ଥିବା ଟ୍ରେକ ମହିନ୍ଦ୍ରା ଅଫିସକୁ ସିଲ କରାଯାଇଛି । କୋଭିଡ ଗାଇଡଲାଇନ ଉଲ୍ଲଂଘନ ଅଭିଯୋଗରେ ବିଏମସି ପକ୍ଷରୁ ଉକ୍ତ ଅଫିସକୁ ସିଲ କରାଯାଇଛି । ସଂସ୍ଥାର ୭ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ବିଏମସି ଏହି ପଦକ୍ଷେପ ଗ୍ରହଣ କରିଛି । ଅନ୍ୟପକ୍ଷରେ ସମ୍ପୃକ୍ତ ୭ କର୍ମଚାରୀ ପଜିଟିଭ ପରେ ସମସ୍ତ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ କ୍ୱାରେଣ୍ଟାଇନରେ ରହିବାକୁ ୬୭ଜଣ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ବିଏମସି ଜୋନାଲ ଡେପୁଟି କମିଶନର ପ୍ରମୋଦ ପୃଷ୍ଟି ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ