ଯବାନ ଗୁଳିରେ ୨ କୁଖ୍ୟାତ ଆତଙ୍କୀ ନିପାତ
ଜାମ୍ମୁ କାଶ୍ମୀରରେ ଭାରତକୁ ଶତ୍ରୁ କବଳରୁ ରକ୍ଷା କରିବା ନିମନ୍ତେ ଅହରହ ସଂଗ୍ରାମ କରୁଥିବା ସୁରକ୍ଷା ବାହିନୀଙ୍କୁ ମିଳିଛି ସଫଳତା । ସୁରକ୍ଷାକର୍ମୀ ଙ୍କ ଗୁଳି ମାଡରେ ୨ ଆତଙ୍କୀ ନିହତ ହୋଇଛନ୍ତି । ଭାରତୀୟ ସେନା ଦ୍ୱାରା ନିହତ ୨ ଆତଙ୍କୀ ଅନନ୍ତ ନାଗ ଆକ୍ରମଣରେ ସାମିଲ ଥିଲେ । ଆତଙ୍କବାଦୀଙ୍କ ପରିଚୟ ଜୈଶ ମହମ୍ମଦର କମାଣ୍ଡର ଓ ତାର ସାଥି ନିହତ ହୋଇଥିବା ଜଣାପଡିଛି ।