ଭାରତ ସ୍କାଉଟସ୍ ଏବଂ ଗାଇଡସ୍ର ରାଜ୍ୟ ସଭାପତିଙ୍କ ବିୟୋଗରେ ରାଜ୍ୟ କାର୍ଯ୍ୟାଳୟ ତରଫରୁ ଶୋକ ପ୍ରକାଶ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍):ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ର ରାଜ୍ୟ ସଭାପତି ବିଷ୍ଣୁଚରଣ ଦାସଙ୍କ ବିୟୋଗରେ ରାଜ୍ୟ ସଂଗଠନ ତରଫରୁ ଗଭୀର ଶୋକ ପ୍ରକାଶ କରାଯାଇଛି । ବିଷ୍ଣୁ ଦାସ ଲଗାତାର ତିନି ତିନି ଥର ରାଜ୍ୟ ସ୍କାଉଟ ଗାଇଡସ୍ର ସଭାପତି ରୂପେ ନିର୍ବାଚିତ ହୋଇଥିଲେ । ତାଙ୍କର ମୃତ୍ୟୁ ଖବର ପାଇ ସାରା ରାଜ୍ୟର ସଦସ୍ୟମାନେ ଦୁଃଖରେ ମର୍ମାହତ ହୋଇଛନ୍ତି ।


