ଅଧାରେ ଅଟିକିଛି ନାଉଗାଁ-ବାଲିକୁଦା ରାସ୍ତା କାମ

ନାଉଗାଁ, (ଓ୍ବାଇଏନ୍ଏସ୍) : ନାଉଗାଁ ବ୍ଳକଛକରୁ ବାଲିକୁଦାକୁ ସଂଯୋଗ ହୋଇଥିବା ରାସ୍ତା ପୂର୍ତ ବିଭାଗ ଅଧିନ ରହିଛି । ବିଭାଗ ପକ୍ଷରୁ ନାଉଗାଁ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ନିକଟରୁ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପର୍ଯ୍ୟନ୍ତ ରାସ୍ତା କାର୍ଯ୍ୟ କରାଯାଉଥିଲା । ରାସ୍ତା କାର୍ଯ୍ୟ ଚାଲିଥିବା ବେଳେ ସରକାର ପକ୍ଷରୁ କରୋନା ପାଇଁ ଲକ ଡାଉନ ଘୋଷାଣା କରାଯାଇଥିଲା । ଏହା ଯୋଗୁ କାର୍ଯ୍ୟ ଗୁଡିକୁ ସ୍ଥଗିତ କରାଯାଇଥିଲା । ପରେ ଲକ ଡାଉନ ନିୟମରେ କୋହଳ ହେବା ପରେ ସ୍ଥଗିତ ହୋଇ ରହିଥିବା କାର୍ଯ୍ୟକୁ ପୂର୍ଣ୍ଣବାର ଆରମ୍ଭ କରାଯାଇଥିଲା । ଏହି ରାସ୍ତାର ବ୍ଲକ ପଶୁ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଧା ଥିବା କାର୍ଯ୍ୟକୁ ଶେଷ କରାଯାଇଥିବା ବେଳେ ମେଡିକାଲ ସମ୍ମୁଖରେ ଅଟକିଥିବା କାର୍ଯ୍ୟ ପୂର୍ବପରି ଅଧା ହୋଇ ପଡିରହିଛି । ଫଳରେ ମେଡିକାଲକୁ ଆସୁଥିବା ଆମ୍ବୁଲାନ୍ସ ଠାରୁ ଆରମ୍ଭ କରି ରାସ୍ତା ଦେଇ ଯାଉଥିବା ଯାନବାହନ ସହିତ ଜନସାଧାରଣମାନେ ଯିବା ଆସିବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପିରକି ଉକ୍ତ ରାସ୍ତାର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ତହସିଲକୁ ସଂଯୋଗ କରୁଥିବା ରାସ୍ତାକୁ ସମାନ କରାଯାଉନଥିବାରୁ ତହସିଲ କାର୍ଯ୍ୟାଳୟକୁ ଯିବା ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଉକ୍ତ ରାସ୍ତାର କାର୍ଯ୍ୟକୁ ତୁରନ୍ତ ଶେଷ କରିବାକୁ ବୁଦ୍ଧିଜୀବି ମହଲରେ ଦାବି ହୋଇଛି ।ଏ ସଂର୍ପକରେ ବିଭାଗୀୟ ଏସଡିଓଙ୍କୁ ପଚାରିବାରୁ ଲକ ଡାଉନ ପାଇଁ କାମ ବନ୍ଦ ରହିଥିଲା । ଲକ ଡାଉନର ନିୟମ କୋହଳ ହେବା ପରେ କାର୍ଯ୍ୟ କରାଯାଉଛି । କ’ଣ ପାଇଁ ଉକ୍ତ ରାସ୍ତା କାର୍ଯ୍ୟ ଅଧା ହୋଇ ପଡିରହିଛି କନିଷ୍ଠ ଯନ୍ତ୍ରୀଙ୍କ ସହିତ ଆଲୋଚନା କରି ଜଣାଇବି ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ