ନିରବ ମୋଦୀଙ୍କ ୩୨୯.୬୬ କୋଟି ଟଙ୍କାର ସଂପତ୍ତି ଜବତ

ନୂଆଦିଲ୍ଲୀ : ପଳାତକ ହୀରା ବ୍ୟବସାୟୀ ନିରବ ମୋଦୀ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବଡ କାର୍ଯ୍ୟାନୁଷ୍ଠାନ ନେଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କହିଛନ୍ତି, ପଳାତକ ଆର୍ଥିକ ଅପରାଧ ଅଧିନିୟମ ଆଧାରରେ ନିରବ ମୋଦୀର ୩୨୯.୬୬ କୋଟି ଟଙ୍କାର ସଂପତ୍ତି ଜବତ କରାଯାଇଛି। ଉଲ୍ଲେଖନୀୟ, ଜୁନ୍‌ ପ୍ରଥମ ସପ୍ତାହରେ ପିଏମଏଲଏ କୋର୍ଟ ଆଦେଶ ଦେଇଥିଲା ଯେ, ନିରବ ମୋଦୀର ସମସ୍ତ ସଂପତ୍ତି ଜବତ କରାଯାଉ। ଏହି ଆଦେଶ ପରେ ଏବେ ନିରବ ମୋଦୀର ଜବତ ହୋଇଥିବା ସମସ୍ତ ସଂପତ୍ତି ଭାରତ ସରକାରଙ୍କ ଅଧିନକୁ ଚାଲି ଆସିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କହିଛି ଯେ, ନିରବ ମୋଦୀର ଜବତ କରାଯାଇଥିବା ସଂପତ୍ତିରେ ମୁମ୍ବାଇରେ ଚାରୋଟି ଫ୍ଲାଟ୍, ଅଲିବାଗରେ ଜମି, ଗୋଟିଏ ଫାର୍ମହାଉସ୍, ଲଣ୍ଡନରେ ଫ୍ଲାଟ୍, ୟୁଏଇରେ ଫ୍ଲାଟ୍, ଜୈସଲମେରରେ ଏକ ପବନ ଚକ୍କି ସମେତ ବ୍ୟାଙ୍କରେ ଜମା ଅର୍ଥ ରାଶି ଓ ଅଂଶଧନ ସାମିଲ। କୁହାଯାଉଛି ଯେ, ଇଡିର ଏହି ବଡ କାର୍ଯ୍ୟାନୁଷ୍ଠାନ କାରଣରୁ ନିରବ ମୋଦୀକୁ ବହୁତ ବଡ ଆାର୍ଥିକ କ୍ଷତି ଘଟିଛି। ଏହା ପୂର୍ବରୁ ମଧ୍ୟ ଇଡି ପକ୍ଷରୁ ନିରବ ମୋଦୀର ସଂପତ୍ତି ଜବତ କରାଯାଇଛି। ୨୦୨୦ ମାର୍ଚ୍ଚରେ ଜବତ ସଂପତ୍ତିର ନିଲାମୀରେ ୫୧ କୋଟି ଟଙ୍କା ମିଳିଥିଲା। ଏହି ସବୁ ସଂପତ୍ତି ଇଡି ଜବତ କରିଥିଲା। ନିଲାମ ହୋଇଥିବା ସଂପତ୍ତିରେ ରୟାଲ୍ସ କାର, ଏମଏଫ ହୁସୈନ ଓ ଅମୃତା ସେର-ଗିଲର ପେଣ୍ଟିଂ ଓ ଡିଜାଇନର ହ୍ୟାଣ୍ଡ ବ୍ୟାଗ୍ ସାମିଲ ଥିଲା। ଏହା ପୂର୍ବରୁ ସୈଫରନଆର୍ଟ ନିରବ ମୋଦୀର ମାଲିକାନା ହକ୍‌ରେ ଥିବା କିଛି କଳାକୃତି ୨୦୧୯ ମାର୍ଚ୍ଚରେ ନିଲାମ କରାଯାଇଥିଲା। ଏଥିରୁ ସରକାର ୫୫ କୋଟି ଟଙ୍କା ସଂଗ୍ରହ କରିଥିଲେ। ଉଲ୍ଲେଖଯୋଗ୍ୟ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୧୪ ହଜାର କୋଟି ଟଙ୍କା ହେରଫେର କରି ନିରବ ମୋଦୀ ଦେଶରୁ ଫେରାର ମାରିଥିଲା। ସଂପ୍ରତି ସେ ଲଣ୍ଡନ ଜେଲ୍‌ରେ ଦିନ କାଟୁଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ