ରେଡକ୍ରସ ଓ ରାଇରଙ୍ଗପୁର ବନଖଣ୍ଡ ତରଫରୁ ଵୃକ୍ଷରୋପଣ
ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ): ଏକସ୍ତରୀ ତମ ବନ ମହୋତ୍ସବ ରାଇରଙ୍ଗପୁର ବନ ଖଣ୍ଡ ଓ ଜୁନିଅର ରେଡକ୍ରସର ମିଳିତ ସହଯୋଗ ରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରି ସରରେ ଅନୁଷ୍ଠିତ ହୋଇଯାଇଛି ! ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ପୁଷ୍ପାଞ୍ଜଳି ତ୍ରିପାଠୀ ଙ୍କ ଅଧକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ବନ ଖଣ୍ଡ ଅଧିକାରୀ ଡ.ଅରୁଣ କୁମାର ମିଶ୍ର ଯୋଗ ଦେଇ ଚାରା ରୋପଣ କରିଥିଲେ !ସ୍ୱତନ୍ତ୍ର ଅତିଥି ଭାବେ ରାଇରଙ୍ଗପୁର ବି.ଇ.ଓ ପ୍ରକାଶ ଚନ୍ଦ୍ର ମହାଳିକ ବିଭିନ୍ନ ଗଛ ର ଉପକାରିତା ଉପରେ ଆଲୋକ ପାତ କରିଥିଲା ବେଳେ ସହକାରୀ ବନ ସଂରକ୍ଷକ ନବୀନ ଚନ୍ଦ୍ର ନାୟକ ଗଛ ର ଯତ୍ନ ନେବା ପାଇଁ ପରାମର୍ଶ ପ୍ରଦାନ କରିଥିଲେ !ପରିବେଶବିତ ଲଳିତ ମହାନ୍ତ, ରେଞ୍ଜ ଅଧିକାରୀ ଅଶୋକ କୁମାର ଦାଶ, ଜିଲ୍ଲା ଜୁନିଅର ରେଡକ୍ରସ ଅଧିକାରୀ ସ୍ମୃତି ରଞ୍ଜନ ପାଣି, ବନପାଳ ସତ୍ୟବ୍ରତ ପଟ୍ଟନାୟକ, ବିପିନ ଚନ୍ଦ୍ର ବେହେରା, ୱାଇଲଡ଼ି ଲାଇଫ ୱାଡେନ ପ୍ରଦୀପ୍ତ କବି, ବନରକ୍ଷୀ ପରମାନନ୍ଦ ମହାନ୍ତ, ପୁନ୍ନଗି ହାଁସଦା, ଓଡିଶା ବନ ଉନ୍ନୟନ ପ୍ରକଳ୍ପ (ଦୁଇ)ର ସଂଯୋଜକ ଶୁଭ୍ରାଂଶୁ କୁମାର ନାୟକ, ସି.ଆର.ସି.ସି ସୁଶାନ୍ତ କୁମାର ପରୀକ୍ଷା ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ ! ବିଦ୍ୟାଳୟର ଇକୋ କ୍ଲବ ସଂଯୋଜିକା ସନ୍ତୋଷିନୀ ମୋଦି, ଜେ.ଆର.ସି କାଉନ୍ସେଲଲର ଇନ୍ଦିରା ସାହୁ, ଶିକ୍ଷକ ବିମଳ ମହାନ୍ତ, ଶିକ୍ଷୟତ୍ରୀ ଗୀତା ମହାନ୍ତ, ପାନ ମଣି ବେଶ୍ରା, ଦର୍ଶନା ଦତ୍ତ, ବିଜଲଷ୍ମୀ ଗିରି, ଲଷ୍ମୀପ୍ରଭା ସାହୁ, ମମତା ପାତ୍ର, କମଳିନୀ ସେଠି ପ୍ରମୁଖ ସହଯୋଗ କରିଥିଲା ବେଳେ ଜିଲ୍ଲା ଜେ.ଆର. ସି.ଓ ଶ୍ରୀଯୁକ୍ତ ପାଣି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ !!


