ବରିଷ୍ଠ ରାଜନେତା ସ୍ୱର୍ଗତ ବିଷ୍ଣୁ ଚରଣ ଦାସଙ୍କ ବିୟୋଗରେ ଶୋକ ସଭା ଅନୁଷ୍ଠିତ
ପାରାଦୀପ, ( ପିତବାସ ପ୍ରଧାନ): ପାରାଦୀପର ଅଗ୍ରଣୀ ଶ୍ରମିକ ସଂଗଠନ ପୂର୍ବ ଭାରତ ତୈଳ ବିଶୋଧନାଗାର ଶ୍ରମିକ ସଂଘ ପକ୍ଷରୁ ଓଡ଼ିଶାର ବରିଷ୍ଠ ରାଜନେତା ସ୍ୱର୍ଗତ ବିଷ୍ଣୁ ଚରଣ ଦାସଙ୍କ ବିୟୋଗ ରେ ଏକ ଶୋକ ସଭା ଅନୁଷ୍ଠିତ ହୋଇ ଯାଇଛି। ଜୁଲାଇ ୯ ତାରିଖ ଗୁରୁବାର ଦିନ ଅପରାହ୍ନରେ ଜ଼ୀରୋ ପଏଣ୍ଟ ସ୍ଥିତ ସଙ୍ଘ କାର୍ଯ୍ୟାଳୟ ପରିସରରର ଆୟୋଜିତ ସଭା ରେ ସଂଘର ସଭାପତି ତଥା ବିଶିଷ୍ଟ ଶ୍ରମିକ ନେତା ଶ୍ରୀ ସନ୍ତୋଷ କୁମାର ପଟ୍ଟନାୟକ ଙ୍କର ଅଧ୍ୟକ୍ଷତାରେ ଆୟୋଜିତ ସଭା ରେ ସ୍ୱର୍ଗତ ବିଷ୍ଣୁ ଦାସଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଅମର ଆତ୍ମାର ସଦ୍ଗତି ନିମନ୍ତେ ପ୍ରାର୍ଥନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଶ୍ରମିକ ସଂଘର ସାଧାରଣ ସମ୍ପାଦକ ଶ୍ରୀ ରଞ୍ଜନ କୁମାର ପଳାଇ, ଉପ ସଭାପତି ଶ୍ରୀ ଦିଲୀପ କୁମାର ବେହେରା,ସହ ସମ୍ପାଦକ ଶ୍ରୀ ନିରଞ୍ଜନ ନାୟକ, ପାରାଦୀପ ବନ୍ଦର ଭୂମି ହରା କ୍ଷତିଗ୍ରସ୍ତ କୃଷକ ସଙ୍ଘର ସଭାପତି ଶ୍ରୀ ଚିନ୍ମୟ ଦାସ, ସମ୍ପାଦକ ଶ୍ରୀ ମିହିର କାନ୍ତ ସାହୁ, ରତ୍ନାକର ଜେନା, ପୂର୍ବ ଭାରତ ତୈଳ ବିଶୋଧନାଗାର ଠିକା ଶ୍ରମିକ ସମବାୟ ସମିତିର ସଭାପତି ଶ୍ରୀ ଅଭିରାମ ସାମଲ,ସମ୍ପାଦକ ଶ୍ରୀ ନିରଞ୍ଜନ ସାମଲ, ଇଷ୍ଟ କୋଷ୍ଟ ବିଭେରେଜ ଏମ୍ପ୍ଲେଇଜ ୟୁନିୟନ ସମ୍ପାଦକ ଶ୍ରୀ ବାବୁଲି ଚରଣ ଦାସ ,ଅଶୋକ କୁମାର ନାଥ, ସିଦ୍ଧେଶ୍ୱର ସ୍ୱାଇଁ, ତ୍ରିନାଥ ବିଶ୍ୱାଳ ,ଅମୂଲ୍ୟ ତରାଇ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ଦାସଙ୍କର ସ୍ମୃତି ଚାରଣ କରିଥିଲେ। ଏବଂ ସ୍ୱର୍ଗତ ଦାସଙ୍କର ଅମର ଆତ୍ମାର ସଦ୍ଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇ ଥିଲା। ଏହି ସଭା ରେ ସମସ୍ତ ସଭ୍ୟ ଓ କର୍ମକର୍ତ୍ତା ମାନେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ରକ୍ଷା କରି ସଭା ଆୟୋଜନ କରିଥିଲେ।


