ଆହତ ଷଣ୍ଢ ଉଦ୍ଧାର

ଦିଗପହଣ୍ଡିି, ,(ଯୁଗାବ୍ଦ ନ୍ୟୁଜ) :  ଦିଗପହଣ୍ଡି ଅଞ୍ଚଳ କଲୋନୀ ପୂର୍ତ୍ତ ବିଭାଗ କାର‌୍ୟ୍ୟାଳୟ ପାଶ୍ୱର୍ରେ ରହିଥିବା ଡ୍ରେନ୍ ମଧ୍ୟକୁ ଶୁକ୍ରବାର ସକାଳେ ଏକ ଷଣ୍ଢ ପଶିଯାଇ ଛଟପଟ ହେଉଥିଲା । ଦୀର୍ଘ ସମୟ ଧରି ଏଭଳି ଛଟପଟ ହେଉଥିବା ବେଳେ ବାସିନ୍ଦା ବିଶ୍ୱନାଥ ସେଠୀ ଏନେଇ ପିପୁଲ୍ ଫର୍ ଆନିମଲ୍ ସଂସ୍ଥାକୁ ଖବର କରିଥିଲେ । ପରେ ପିଏଫ୍ଏ ସ୍ୱେଚ୍ଛାସେବୀ ଅଗ୍ନିଶମ ବିଭାଗକୁ ଖବର କରିବା ପରେ ଦିଗପହଣ୍ଡି ଅଗ୍ନିଶମ ବିଭାଗୀୟ କର୍ମଚାରୀ ମାନେ ଆସି କୌଶଳକ୍ରମେ ଷଣ୍ଢଟିକୁ ଉଦ୍ଧାର କରିଥିଲେ । ସକାଳେ ଗାଈ ଗୋରୁ ଷଣ୍ଢ ମାନେ ଖୋଲା ରାସ୍ତାରେ ବିଚରଣ କରୁଥିବା ବେଳେ ପରସ୍ପରକୁ ଲଢେଇ କରୁଥିବା ସମୟରେ ଉକ୍ତ ଷମ୍ଢଟି ନାଳ ମଧ୍ୟରେ ପଶିଯାଇଥିଲା । ରାସ୍ତା ଉପରକୁ ଆସନିପାରି ଛଟପଟ ହୋଇ ଆହତ ହୋଇଯାଇଥିଲା । ପରେ ଷଣ୍ଢଟିକୁ ଉଦ୍ଧାର କରାଯାଇ ଚିକିତ୍ସା କରାଯାଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ