ଡାକ୍ତର ଆମ୍ବେଦକର ଚାରିଟେବୁଲ ଏଜୁକେଶନ୍ ଟ୍ରଷ୍ଟର ବାର୍ଷିକୋତ୍ସବ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ): ଛତ୍ରପୁର ବ୍ଲକ ଚମାଖଣ୍ଡି ଛକ ସ୍ଥିତ କଲ୍ୟାଣମଣ୍ଡପ ଠାରେ ଡାକ୍ତର ଆମ୍ବେଦକର ଚାରିଟେବୁଲ ଏଜୁକେଶନ୍ ଟ୍ରଷ୍ଟର ବାର୍ଷିକୋତ୍ସବ ସଂଘର ସଭାପତି ପ୍ରକାଶ ଚନ୍ଦ୍ର ନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗଦେଇ ଭାରତ ବର୍ଷର ସମ୍ବିଧାନକୁ ବିଶ୍ୱରେ ସର୍ବଶ୍ରେଷ୍ଠ ସମ୍ବିଧାନ ବୋଲି ସ୍ୱିକାର କରାଯାଇଛି । ଏହି ସମ୍ବିଧାନକୁ ପ୍ରଣୟନର କରିଥିବା ଡ.ଆମ୍ବେଦକର ଆଜି ଚିରସ୍ମରଣୀୟ । ତାଙ୍କରି ସମ୍ବିଧାନ ପ୍ରଣୟନ ଅନୁସାରେ ସାଧାରଣଙ୍କ ପରିବାର ସହିତ ଦଳିତ ପରିବାର ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଏକ ମାଧ୍ୟମ । ଏହି ସମ୍ବିଧାନ ପାଇଁ ମୁଁ ଏକ ଦଳିତ ପରିବାରରୁ ଆଜି ବିଧାନସଭାକୁ ଯାଇପାରିଥିବାର ସୁଯୋଗ ପାଇଛି ବୋଲି ବିଧାୟକ ଶ୍ରୀ ବେହେରା କହିଛନ୍ତି । ପୂର୍ବତନ ସରପଞ୍ଚ ତଥା ଦଳିତ ନେତା ପ୍ରଦୀପ କୁମାର ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକଙ୍କ ସମେତ ଅନ୍ୟାନ୍ୟ ଅତିଥିଙ୍କୁ ଉପଢୌକନ ସହ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଧନା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଏନ୍.ନାରାୟଣ ରେଡ୍ଡି ଓ ଅଶୋକ କୁମାର ଚୌଧୂରୀ, ପୂର୍ବତନ ନଗରପାଳ ରାମଚନ୍ଦ୍ର ବେହେରା, ପୂର୍ବତନ କାଉନସଲିର କିଶୋର ଚନ୍ଦ୍ର ସେନାପତି, ସମର୍ଥ ଅନୁଷ୍ଠାନର ସଂପାଦକ କେ.ଆନନ୍ଦ ରାଓ, ସମାଜସେବୀ ରାଜେନ୍ଦ୍ର ସାହୁ, ପି.ଚନ୍ଦ୍ରଶେଖର ରାଓ, ଡାକ୍ତର ଆମ୍ବେଦକର ଚାରିଟେବୁଲ ଏଜୁକେଶନ୍ ଟ୍ରଷ୍ଟର ଉପଦେଷ୍ଟା ପି.ରଞ୍ଜନ ପାଲ୍, ସଂପାଦକ ପ୍ରହ୍ଲାଦ ନାୟକ ପ୍ରମୁଖ ଉପସ୍ଥିତ ରହି ସମ୍ବିଧାନର ସୁଦୁପଯୋଗ କରିବା ଦିଗରେ ବକ୍ତବ୍ୟ ପ୍ରଦାନ କରିଥିଲେ ।


