ଭୂଗୋଳ କୁଇଜ୍ ପ୍ରତିଯୋଗିତାସାମିଲ୍ ହେଲେ ଦୃଷ୍ଟିବାଧିତ ବିଦ୍ୟାର୍ଥି
ଭୁବନେଶ୍ୱର : ପ୍ରଥମ ଥର ପାଇଁ ଭାରତବର୍ଷରେ ଦୃଷ୍ଟିବାଧିତ ବିଦ୍ୟାର୍ଥିଙ୍କୁ ନେଇ ଭୂଗୋଳବିଷୟରେ ଓଡ଼ିଶାରେ ଏକ କର୍ମଶାଳା ଓ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଭାରତ ସରକାରଙ୍କବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟ ଦ୍ୱାରା ପରି·ଳିତ ନ୍ୟାସନାଲ୍ ଆଟ୍ଲାସ ଆଣ୍ଡ୍ ଥେମାଟିକ୍ ମ୍ୟାପ୍ ଅର୍ଗାନାଇଜେସନ୍(ନାଟମୋ), କୋଲକତା ପକ୍ଷରୁ ଭୁବନେଶ୍ୱର ପୋଖରୀପୁଟସ୍ଥିତ ଭାରତ ସରକାରଙ୍କ ନ୍ୟାସନାଲ କ୍ୟାରିୟରସର୍ଭିସ୍ ସେଣ୍ଟର ଫର୍ ଡ଼ିଫରେଣ୍ଟିଲ୍ ଏବଲ୍ଡ୍ (ଏନ୍ସିଏସ୍ସିଡିଏ) ପରିସର ମଧ୍ୟରେ ଉକ୍ତ ପ୍ରତିଯୋଗିତାଆୟୋଜନ କରାଯାଇଥିଲା । ଉଦ୍ଘାଟନୀ ଉତ୍ସବରେ ଅତିଥି ରୂପେ ନ୍ୟାସନାଲ କ୍ୟାରିୟର ସର୍ଭିସ୍ ସେଣ୍ଟରଫର୍ ଡ଼ିଫରେଣ୍ଟିଲ୍ ଏବଲ୍ଡ୍ (ଏନ୍ସିଏସ୍ସିଡିଏ)ର ଇନ୍ଟେକ୍ ଆସିଷ୍ଟାଣ୍ଟ ଡ. ପ୍ରୀତମ ରଞ୍ଜନ ଦାସ, ତାଲିମ୍
ସଂଯୋଜକ ସୌମ୍ୟରଞ୍ଜନ ପାଢୀ, ଜାତୀୟ ଯୁବପୁରସ୍କାରପ୍ରାପ୍ତ ସମାଜସେବୀ ସୁଶାନ୍ତ ସାହୁ, ଜାତୀୟ ଦୃଷ୍ଟିବାଧିତଅନୁଷ୍ଠାନ ଓଡ଼ିଶା ଶାଖାର ସାଧାରଣ ସମ୍ପାଦକ ଅଜୟ କୁମାର ସାମଲ, ନାଟ୍ମୋର ବୈଜ୍ଞାନିକ ଦାଉଦ୍କାଣ୍ଡୁଲାନା ରାମରତନ ଓରାନ ଓ ବରିଷ୍ଠ କିରାଣୀ ପ୍ରଶାନ୍ତ କୁମାର ପାଢୀ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶାରବିଭିନ୍ନ ଜିଲ୍ଲାରୁ ଅଷ୍ଟମରୁ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଦୃଷ୍ଟିବାଧିତ ବିଦ୍ୟାର୍ଥି ଏହି ପ୍ରତିଯୋଗିତାରେ
ଅଂଶଗ୍ରହଣ କରିଥିଲେ । ପ୍ରତିଯୋଗିତାରେ ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟ ୧ମ ଓ ୨ୟ ସ୍ଥାନ, ରାଣୀପାଟଣାଦୃଷ୍ଟିହୀନ ବିଦ୍ୟାଳୟ, ବାଲେଶ୍ୱର ତୃତୀୟ ସ୍ଥାନ ଅଧିକାର କରିଥିଲେ । କୃତୀ ପ୍ରତିଯୋଗୀମାନଙ୍କୁ ସଂଗଠନପକ୍ଷରୁ ମାନପତ୍ର, ଉପଢୌକନ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା । ଜାତୀୟ ଦୃଷ୍ଟିବାଧିତ ଅନୁଷ୍ଠାନଓଡ଼ିଶା ଶାଖାର କର୍ମକର୍ତ୍ତାଗଣ ଉକ୍ତ କର୍ମଶାଳା ଓ ପ୍ରତିଯୋଗିତାକୁ ପରି·ଳନାରେ ସହଯୋଗ କରିଥିଲେ ।