ଭାଲୁ କାମୁଡ଼ାରେ ଗୁରୁତର
ନବରଙ୍ଗପୁର , (ଯୁଗାବ୍ଦ ନ୍ୟୁଜ) ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ମାଝିଗୁଡା ଗ୍ରାମର ଆଶାରାମ ମୁଦୁଲି ନାମକ ଜଣେ ବ୍ୟକ୍ତି ଗ୍ରାମ ନିକଟ ଏକ ଜଙ୍ଗଲ ମଧ୍ୟକୁ ଶୌଚ କରିବାକୁ ଯାଇଥିବା ବେଳେ ଦୁଇଟି ଭାଲୁ ଆକ୍ରମଣ କରିଥିଲେ । ଗ୍ରାମବାସୀ ମାନେ ଭାଲୁ ମୁହଁରୁ ଆଶାରାମ ଙ୍କୁ ଉଦ୍ଧାର କରି ପ୍ରଥମେ ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତି କରିଥିଲେ । ଆଶାରାମ ଙ୍କ ଶରୀର ର କ୍ଷତ ଗଭୀର ଓ ଗୁରୁତର ହୋଇଥିବାରୁ ଅଧିକ ଚିକିତ୍ସା ପରେ ନବରଙ୍ଗପୁର ମୁଖ୍ୟଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି । ଆଶାରାମ ଙ୍କ ମୁଣ୍ଡ ଓ ହାତ ରେ ଗଭୀର କ୍ଷତ ଲାଗିଛି । ମୁଖ୍ୟଚିକିତ୍ସାଳୟ ରେ ତାଙ୍କ ଚିକିତ୍ସା ଚାଲିଛି । ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ଅଛି ।