ଆୟୁଷ ଡାକ୍ତରଙ୍କ ଘର ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା
କୋଦଳା, ( ଗୁଲସନ୍ କୁମାର କର): ଓଡିଶା ସରକାର ଏବଂ ଗଂଜାମ ଜିଲ୍ଲା ପ୍ରଶାସନ ର ନିର୍ଦ୍ଦେଶ କ୍ରମେ କରୋନା ର ଭୟାବହତା କୁ ଦମନ କରିବା ପାଇଁ ଗଂଜାମ ଜିଲ୍ଲା ରେ ପ୍ରାୟ ୨୦୦ ଆୟୁଷ ଡାକ୍ତର ସହରାଞ୍ଚଳ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ଘର କୁ ଘର ବୁଲି କରୋନା ସନ୍ଦିଗ୍ଧ ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି।କୋଦଳା ବିଜ୍ଞାପିତ ପରିଷଦ ରେ ଏହି କାର୍ଯ୍ୟ ଗତ ୮ ତାରିଖ ରୁ ଆରମ୍ଭ ହୋଇଯାଇଛି ଏବଂ ଏହା ୧୨ ତାରିଖ ଯାଏଁ ଚାଲିଥିଲା।ପ୍ରକାଶ ଥାଉ କି ଅଦ୍ୟାବଧି ପ୍ରାୟ ୫୦ ଜଣ ସନ୍ଦିଗ୍ଧ ଚିହ୍ନଟ ହୋଇଛନ୍ତି। ଏବଂ ୧୨ ଜଣ କରୋନା ରେ ସଂକ୍ରମିତ ଥିବା ସ୍ୱାସ୍ଥ୍ୟ ବିଭାଗ ତରଫ ରୁ ଜଣା ପଡ଼ିଛି ।ଏହି ସ୍ୱାସ୍ଥ୍ୟ ଯାଂଚ କାର୍ଯ୍ୟକ୍ରମ କୁ ୫ ଜଣ ଆୟୁଷ ଡାକ୍ତର ସଫଳତା ର ସହ ସମ୍ପାଦନ କରିଛନ୍ତି। ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୋଦଳାରୁ ଡା ଜୟଦେବ ନାୟକ,ଡା ମୈତ୍ରୀ ସଂଘମିତ୍ରା ଓ ଡା ଅନନ୍ତ ନାରାୟଣ ଏବଂ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ବେଗୁନିଆପଡ଼ା ରୁ ଡା ସଞ୍ଜୟ କୁମାର ସାହୁ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରୁ ଡା ବନଜା ମହାପାତ୍ର ଏହି କାର୍ଯ୍ୟ ରେ ନିୟୋଜିତ ଥିଲେ। ଏଥିରେ ସ୍ଥାନୀୟ ଅଂଚଳ ର ସମସ୍ତ ଅଙ୍ଗନବାଡ଼ି କର୍ମୀ ଏବଂ ସହାୟିକା ଭରପୁର ସହଯୋଗ କରିଥିଲେ।