ବୃନ୍ଦାବନ ଚନ୍ଦ୍ର କ୍ରିକେଟ ଟୁର୍ନାମେଣ୍ଟ: ଝଗଡପଲ୍ଲୀକୁ ଟିମକୁ ପରାଜିତ କରି ଗୋକର୍ଣ୍ଣପୁର ଟିମ୍ ଚାମ୍ପିୟନ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଦିଗପହଣ୍ଡି ବ୍ଳକ ଖମାରିଗାଁ ପଞ୍ଚାୟତ ଅନ୍ତର୍ଗତ ଗୋଲଣ୍ଡା ଗ୍ରାମରେ  ଚାଲିଥିବା ବୃନ୍ଦାବନ ଚନ୍ଦ୍ର କ୍ରିକେଟ ଟୁର୍ନାମେଣ୍ଟ  ଉଦଯାପିତ ହୋଇଯାଇଛି । ସ୍ବର୍ଗତ କୃଷ୍ଣଚନ୍ଦ୍ର ଏବଂ ସାନ୍ତୁନୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆୟୋଜିତ ଏହି ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚରେ ଝଗଡପଲ୍ଲୀ କ୍ରିକେଟ ଟିମ୍ କୁ ୨ ୱିକେଟ ବିନିମୟରେ ପରାଜିତ କରି ଗୋକର୍ଣ୍ଣପୁର ଟିମ୍  ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି  । ଝଗଡପଲ୍ଲୀ ଟିମ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭରରେ ସମସ୍ତ ୱିକେଟ ହରାଇ ୧୦୪ ରନ୍ ହାସଲ କରିଥିଲା । ବିପକ୍ଷରେ ଗୋକର୍ଣ୍ଣପୁର ଟିମ୍ ମ୍ୟାଚ୍ ପ୍ରାରମ୍ଭ ରେ ହିଁ ଗୋଟିଏ ପରେ ଗୋଟିଏ ୱିକେଟ ହରାଇ ବିପର୍ଯ୍ୟୟରେ ପଡ଼ିଥିଲା । ତେବେ ମଧ୍ୟଭାଗରେ ଟିମ୍ ର ଶ୍ରେଷ୍ଠ ଖେଳାଳି  ବ୍ରଜ କମାଲ ବ୍ୟାଟିଂ କରି ଟିମ୍ କୁ ଶେଷ ଓଭରରେ ଜିତାଇ ଥିଲେ । ଉଦଯାପନୀ ସମାରୋହରେ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଚିତ୍ରସେନ ଗୈାଡ ମୁଖ୍ୟ ଅତିଥି , ସାମାଜିକ କର୍ମୀ ସଞ୍ଜୟ ପାଣିଗ୍ରାହୀ  , ବୃନ୍ଦାବନ ଗୈାଡ , ଦୁର୍ଗାପ୍ରସାଦ ଗୌଡ଼ , ସମିତି ସଭ୍ୟ ପ୍ରତିନିଧି ଭଗବାନ ମହାପାତ୍ର , ନାଏବ ସରପଞ୍ଚ ଶରତ ଶବର , ପୋଷ୍ଟ ମାଷ୍ଟର ଜୟସେନ ପାଣିଗ୍ରାହୀ ଙ୍କ ସମେତ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଟୁର୍ନାମେଣ୍ଟର ମ୍ୟାନ ଅଫ୍ ଦି ସିରିଜ ଭାବେ ବ୍ରଜ କୁମାର ଏବଂ ମ୍ୟାନ ଅଫ୍ ଦି ମ୍ୟାଚ ଭାବେ ଅଭିମନ୍ୟୁ କୁମାର ଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ସେହିପରି ବିଜେତା ଚାମ୍ପିୟନ ଗୋକର୍ଣ୍ଣପୁର ଟିମ୍ କୁ ଅତିଥି ବୃନ୍ଦ ଅର୍ଥରାଶି ୧୧୧୧ ଟଙ୍କା ଏବଂ ଝଗଡପଲ୍ଲୀ ଉପ ବିଜେତା ରନର୍ସ ଅପ୍ ଟିମ୍ କୁ ୮୮୮୮  ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ । ସୁମନ ସାହୁ , ବାଙ୍କନିଧି ସାହୁ ମ୍ୟାଚ ରେ ଅମ୍ପାୟରିଂ କରିଥିବା ବେଳେ ଟୁର୍ନାମେଣ୍ଟ ଆୟୋଜକ କମିଟି କାର୍ଯ୍ୟକର୍ତ୍ତା  ସିମାଞ୍ଚଳ ଗୈାଡ , ଲୋକନାଥ କର , ଭୈରବ ଚନ୍ଦ୍ର କର , ରାଜାରାଓ ଆଚାରୀ  , ପଞ୍ଚାନନ ସାହୁ , ଶିବାନନ୍ଦ ପାଣିଗ୍ରାହୀ , ପିଣ୍ଟୁ ଆଚାରୀ , ଉପଦେଷ୍ଟା ସନ୍ତୋଷ କୁମାର ସାହୁ ,ସମ୍ପାଦକ ତୋଫାନ ଆଚାରୀ ଓ କୋଷାଧ୍ୟକ୍ଷ ରାଜେଶ ଗୌଡ଼ , ବଳରାମ ଗୈାଡ ଓ କ୍ଳବର ସମସ୍ତ ସଦସ୍ୟ ଏବଂ ଗୋଲଣ୍ଡା ଗ୍ରାମବାସୀ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ  କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ