ଅଭିଯୋଗ ଶୁଣାଣିରେ ସୁଫଳ ମିଳୁନି
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍) : ଡେରାବିଶ ବ୍ଲକ ଅନ୍ତର୍ଗତ ତିଲକପୁର ବିକାଶ ପରିଷଦ,ଚାନ୍ଦୋଳ,ଡାଳିଜୀ ଆଂଚଳିକ ଜନକଲ୍ୟାଣ ପରିଷଦ ପକ୍ଷରୁ ସାଧାରଣ ସମ୍ପାଦକ ରାଜକିଶୋର ଜେନା ଅଭିଯୋଗ କରିଥିଲେ ଯେ ବାରମ୍ବାର ଅଭିଯୋଗ ଆଣି ଆସୁଥିବା ଦରଖାସ୍ତକାରୀଙ୍କୁ ପ୍ରଶାସନର ପଦକ୍ଷେପ ସମ୍ପର୍କରେ ଅବଗତ କରାଯାଉନାହିଁ । ସଂପୃକ୍ତ ଅଧିକାରୀ ସମସ୍ୟାର କ’ଣ ସମାଧାନ କଲେ ତାହା ସେମାନଙ୍କୁ ଜଣାଇବା ଉଚିତ ।


