ଜନସେବା କେନ୍ଦ୍ରରେ ଜାଲ ପ୍ରମାଣ ପତ୍ର ପ୍ରସ୍ତୁତ କରାଯାଉଥିବା ଅଭିଯୋଗ

ପାରଳାଖେମୁଣ୍ଡି- ଗଜପତି ଜିଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ୭ମାଇଲ ଛକଠାରେଥିବା ଏକ ଜନ ସେବା କେନ୍ଦ୍ରରେ ଜାଲ ପ୍ରମାଣ ପତ୍ର ପ୍ରସ୍ତୁତ କରାଯାଉଥିବା ଅଭିଯୋଗ ହୋଇଛି । ମୁଖ୍ୟତଃ ଏହି ଜନସେବା କେନ୍ଦ୍ରରେ ପଡୋଶୀ ତଥା ସୀମାନ୍ତବର୍ତ୍ତୀ ଆନ୍ଧ୍ର ପ୍ରଦେଶ ରାଜ୍ୟର ଲୋକମାନଙ୍କୁ ବିଭିନ୍ନ ଜାଲ ପ୍ରମାଣପତ୍ର ପ୍ରସ୍ତୁତ କରାଯାଇ ଯୋଗାଇ ଦିଆଯାଉଥିବା ଜଣାପଡିଛି । ଜାଲ କାଗଜ ପତ୍ର ମାଧ୍ୟମରେ ଆଧାରକାର୍ଡ ପ୍ରସ୍ତୁତ କରାଯାଉଥିବା ପୋଲିସକୁ ଖବର ମିଳିବାପରେ ଏହି ଜନସେବା କେନ୍ଦ୍ର ଉପରେ ପୋଲିସ ଦ୍ୱାରା ଚଢଉ କରାଯାଇଥିବା ଜଣାପଡିଛି । ଏହି ଜାଲ ଆଧାର କାର୍ଡପାଇଁ ପ୍ରତି ବ୍ୟକ୍ତିଙ୍କ ଠାରୁ ୪ରୁ୫ହଜାର ଟଙ୍କା ନିଆଯାଉଥିବାର ମଧ୍ୟ ଜଣାପଡିଛି । ପୋଲିସ ପକ୍ଷରୁ ଏହି କେନ୍ଦ୍ର ଉପରେ ଚଢଉ କରାଯାଇ ସେଠାରେଥିବା କମ୍ପ୍ୟୁଟର, ଲ୍ୟାପଟାପ ଇତ୍ୟାଦି ଜବତ କରାଯାଇଛି । ସେହି କେନ୍ଦ୍ରରେ କାମ କରୁଥିବା ଜଣେ ବ୍ୟକ୍ତିଙ୍କୁ ପୋଲିସ ଅଟକ ରଖି ତଦନ୍ତ କରୁଛି । ଏହି ଅଭିଯୋଗର ସତ୍ୟତା ତଦନ୍ତ କରିବାପରେ ଯଦି ଅଭିଯୋଗର ସତ୍ୟତା ଥାଏ ମାମଲା ରୁଜୁ ହେବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ