ଗୋଟିଏ ଦିନରେ ତିନଟି ଦୁର୍ଘଟଣା
ମୋହନା, (ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ଥାନା ସାରା ରାଜ୍ୟରେ କରୋନା ତାର ତାଣ୍ଡବ ରଚୁ ଥିବାବେଳେ ବିଭିନ୍ନ ସ୍ଥାନରେ ବନ୍ଦ ଦୁକାନ ବଜାର ଗାଡ଼ି ସେଥିମଧ୍ୟରେ ଦୁର୍ଘଟଣା ବହୁତ, ଗୋଟିଏ ଦିନରେ ତିନଟି ଦୁର୍ଘଟଣା କିନ୍ତୁ କୌଣସି ବ୍ୟକ୍ତିଙ୍କ କିଛି ହଇନି ଏପରି ଘଟଣା ଘଟିଛି ମୋହନା ଥାନା ଓ ପାଟପୁର ଥାନା ଅଧୀନରେ ରାତିରେ ଏକ ସୁଇପି ଡିଜାରକାର ବ୍ରହ୍ମପୁର ପଟୁ ରାୟଗଡ଼ା ଯିବା ସମୟରେ ଲୁଡ଼ରୁ ଓ କିରାମା ମଝିରେ ଭାରସାମ୍ୟ ହରାଇ ଲୁହା ବାଡ଼କୁ ଧକା ଦେଇଥିଲା ଗାଡ଼ି ଟି ସମ୍ପର୍ଣ୍ଣ ନଷ୍ଟ ହଇଥିବା ବେଳେ ଗାଡ଼ି ରେ ବସିଥିବା ୪ ଜଣଙ୍କୁ କିଛି ହଇନି । ସେପରି କିରତିଙ୍ଗିଗାଁ ନିକଟରେ ଦୁଇ ବାଇକି ଧକାରେ ୩ଜଣଙ୍କୁ ସମାନ୍ୟ ଆଘାତ ଲାଗିଥିଲା । ପାଟପୁର ଥାନା ଅଧିନ ତପ୍ତପାଣି ନିକଟରେ ଏକ ସପୁରି ବୋଝେଇ ବୋଲେର ପିକପ ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡ଼ିଛି, ରାତିରେ ରାସ୍ତା ଯିବା ଆସିବା ବାଧା ପ୍ରାପ୍ତ ହେବାରୁ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ ଓ କର୍ମଚାରୀ ପହଞ୍ଚିବା ପରେ ରାସ୍ତାରୁ ଗାଡ଼ି ଯିବାଆସିବା କରିଥିଲେ ଘଟଣା ସ୍ଥଳୁ ଡ୍ରାଇଭର ହେଲ୍ପର ଫେରାର ହାଇଯାଇଥିଲେ । ପରେ ପାଟପୁର ଥାନା ଅଧିକାରୀ ଅଜୟ ବାରିକଙ୍କ ନେର୍ଦେଶ ରେ କିଛି ଅଧିକାରୀମାନେ ପହଞ୍ଚି ତଦନ୍ତଜାରି ରଖିଛନ୍ତି ।