ସରସ୍ୱତୀ ଶିଶୁ ମନ୍ଦିରରେ ପ୍ରାଦେଶିକ ଉକ୍ରଳ ଜ୍ୟୋତି ଚୟନ ପରୀକ୍ଷା ଅନୁଷ୍ଠିତ
ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ମାନସିଂହ ବଜାରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଆଜି ଦିବସ ବ୍ୟାପି ପ୍ରଦେଶିକ ଉକ୍ରଳ ଜ୍ୟୋତି ଚୟନ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଏହି ପରୀକ୍ଷାରେ ଭିନ୍ନ ଭିନ୍ନ ଜିଲ୍ଲାରେ ହେଉଥିବା ବେଳେ ଆଜି ବାଲେଶ୍ୱର ଜିଲ୍ଲାରେ ଅନୁଷ୍ଠିତ ହେଇଥିଲା । ଜିଲ୍ଲାର ବିଭିନ୍ନ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ମାନଙ୍କରୁ ନିର୍ବାଚିତ ୫୦ ରୁ ଅଧିକ ଛାତ୍ରଛାତ୍ରୀ ଉକ୍ତ ପରୀକ୍ଷାରେ ଅଂଶ ଗ୍ରହଣ କରିଥିଲେ । ପରୀକ୍ଷା ନିରୀକ୍ଷକ ଭାବେ ପ୍ରଦେଶିକ ସଂଯୋଜକ ଗୌରାଙ୍ଗ କୁମାର ବିଶ୍ୱାଳ ଓ ଯାଜପୁର ଜିଲ୍ଲା ପ୍ରମୁଖ ଜଗନ୍ନାଥ ରାଉତ ଯୋଗ ଦେଇଥିବା ବେଳେ ସ୍ଥାନୀୟ ସରସ୍ୱତୀ ଶିଶୁ ମନ୍ଦିରର ସମସ୍ତ ଗୁରୁଜୀ-ଗୁରୁମା ପରିଚାଳନାରେ ସହଯୋଗ କରିଥିଲେ । ଏହି ପରୀକ୍ଷା ଦୁଇଗୋଟି ପର୍ଯ୍ୟାୟରେ ମୌଖିକ ଓ ଲିଖିତ ଭାବେ କରାଯାଇଥିଲା । ଏଥିରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ ।


