ସବ୍ୟଙ୍କ ‘ସ୍ମାଇଲ ଫୋର୍ସ’

ସୁପରହିରୋ ସବ୍ୟସାଚୀ ମିଶ୍ର ଏବେ ଗୋଟିଏ ଟିମ୍ ଗଠନ କରିବାକୁ ଯାଉଛନ୍ତି । ଯେଉଁ ଟିମ ଲୋକଙ୍କୁ ହସେଇବ ଏବଂ ହସ ବାଣ୍ଟିବ । ଭଲ୍ୟୁଣ୍ଟର ଆର୍ମି ପରି କାମ କିରବ । କେବଳ ହସ ଆଉ ହସ । ସେଥିପାଇଁ ସବ୍ୟ ତା’ର ନାଁ ଦେଇଚନ୍ତି ‘ସ୍ମାଇଲ ଫୋସ’ । ତାଙ୍କର କହିବା କଥା ହେଲା, ମୁଁ ଏମିତି ଏକ ଟିମ୍ ଚାହୁଁଛି, ଯେଉଁମାନଙ୍କ ଭିତରେ ମୁଁ ଥିବି ଏବଂ ମୋ ଭିତରେ ସେମାନେ । ଏହାର ଏକମାତ୍ର ଉଦ୍ଦେଶ୍ୟ ହସି ପାରୁନଥିବା ଲୋକଙ୍କ ମୁହଁରେ ହସ ଫୁଟାଇବା । ଏଥିପାଇଁ ‘ସ୍ମାଇଲ ପ୍ଲିଜ’ ଅନୁଷ୍ଠାନ କରିଛି କିନ୍ତୁ ତାକୁ ଆହୁରି ବ୍ୟାପକ କରିବାର ସୁଯୋଗ ଆଣିଦେଇଛି ଲକଡାଉନ । ଯେତେବେଳେ ବାହାରେ ଫସିଥିବା ଓଡ଼ିଆ ଭାଇ ଭଉଣୀମାନଙ୍କୁ ଫେରିବାର ବ୍ୟବସ୍ଥା କଲି । ସେମାନଙ୍କ ମୁହଁରେ ସେହି ସ୍ମାଇଲ ଦେଖିଥିଲି । ସେମାନେ ଯେତେବେଳେ ଓଡ଼ିଶାରେ ପହଞ୍ଚିଲେ ‘ସ୍ମାଇଲ ପ୍ଲିଜ -ହାରିବନି ଓଡ଼ିଶା’ ଲେଖା ପ୍ଲାକାର୍ଡ ଦେଖାଇ ଧନ୍ୟବାଦ ଦେଲେ । ମନୋବଳ ବହୁତ ବଢ଼ିଗଲା । ଏ ଅଭିଯାନର ନାଁ ବି ରହିଗଲା ସ୍ମାଇଲ ପ୍ଲିଜ-ହାରିବନି ଓଡ଼ିଶା । ଆରମ୍ଭରୁ ଏ ପର୍ଯ୍ୟନ୍ତ ମୁଁ ସେହି ସ୍ମାଇଲକୁ ନେଇ ଚାଲିଛି ଆଉ ଚାଲିବି । ଯେତେବେଳେ ଘୋଷଣା କଲି ‘ସ୍ମାଇଲ ଫୋସ’ ଗଢ଼ିବା । କେଉଁମାନେ ଇଚ୍ଛୁକ ସେତେବେଳେ ମୋତେ ପାଖାପାଖି ୧୦ ହଜାରରୁ ଅଧିକ ମେସେଜ ଆସିଲା । ଏତେ ସାରା ଭଲପାଇବା ଦେଖି ଲାଗିଲା ସ୍ୱପ୍ନ ସତ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ