୪ଜି ସେବା ବଢୁଛି କଲ ଡ୍ରପ ସମସ୍ୟା…

ସୋରଡା : ୪ଜି ସେବାକୁ ନେଇ ବର୍ତମାନ ଗ୍ରାହକ ଙ୍କ ମନରେ ଅତ୍ୟଧିକ ଅସନ୍ତୋଷ ଦେଖାଦେବାରେ ଲାଗିଲାଣି। ଏକ ବର୍ଷ ରୁ ଉର୍ଦ୍ଧ ହେଲାଣି ତଥାପି କୌଣସି ମୋବାଇଲ ନେଟୱର୍କ କମ୍ପାନୀ ସ୍ଵାଭାବିକ ୪ଜି ସେବା ଦେବାରେ ସଫଳ ହେଇନାହାନ୍ତି। ଫଳରେ ଗ୍ରାହକ ଅସନ୍ତୋଷ ବଢୁଛି। ଏବେ ୪ଜି ସରି ୫ଜି ନେଟୱର୍କ ପାଇଁ ଦେଶ ପ୍ରସ୍ତୁତ ହେଲାବେଳେ ଏଠାରେ କିନ୍ତୁ ୪ଜି ସେବା ହିଁ ଏ ଯାଏଁ ସ୍ଵାଭାବିକ ହେଇନି। ମୋବାଇଲ ନେଟୱର୍କମାନକ ମଧ୍ୟରେ ଜିଓ ଆସିଲା ପରେ ଗ୍ରାହକ ମାନେ ଅଧିକ ରୁ ଅଧିକ ୪ଜି ସେବା ଓ ଅନଲିମିଟେଡ ଡାଟା ଓ କଲ ପାଇଁ ନିର୍ଭର କଲେ ଓ ବ୍ୟବହାର ମଧ୍ୟ କଲେ। କିନ୍ତୁକିଛି ଦିନ ପରେ ଯଥାପୂର୍ବଂ ତଥାପରମ। ଜିଓ ର ଏହି ଅଫର ଦେଖି ଅନ୍ୟାନନେଟୱର୍କ କମ୍ପାନୀ ମାନେ ମଧ୍ୟ ଏହି ଅଫର ଦେବାକୁ ଲାଗିଲେ ଜିଓ ର ବିଫଳତା ଦେଖି ଗ୍ରାହକ ଏୟାରଟେଲ ସମେତ ଅନୟାନ ନେଟୱର୍କ ବ୍ୟବାହାର କରିବାରେ ଲାଗିଲେ। ହେଲେ ବି ପରିଣାମ ଶୁନ। ଦିନ କୁ ଦିନ ଏହି ୪ ଜି ସେବାକୁ ନେଇ ଗ୍ରାହକ ମାନଙ୍କ ଅବସ୍ଥା କହିଲେ ନ ସରେ। ସରକାର ବର୍ତମାନ ସମସ୍ତକାର‌୍ୟ୍ୟ ଅନଲାଇନ ମାଧ୍ୟମରେ କରୁଛନ୍ତି। ଏପଟେ ଖରାପ ନେଟୱର୍କ କନେକଶେନ ଯୋଗୁଁ ସମସ୍ତ ସେବା ବାଧାପ୍ରାପ୍ତ ହେବାର ଲାଗିଲାଣି। ଦିନ କୁ ଦିନ ୪ଜି ସେବା ନାମରେ ଗ୍ରାହକ ଶୋଷଣ ପ୍ରକ୍ରିୟା ଚାଲିଛି। ୮୪ ଦିନ ପାଇଁ ଅନଲିମିଟେଡ କଲ ଓ ଦିନକୁ ୧.୫ ଜୀ॰ବି ଡାଟା ପାଇଁ ୩୯୯ ତାଙ୍କ ଗ୍ରାହକ ମାନକ ପାଖରୁ ନିଆଯାଉଛି ୪ଜି ସେବା ଦେବାପାଇଁ। ଗ୍ରାହକ ମାନେ ମଧ୍ୟ ପ୍ରତିଦିନ ବ୍ରାଉଜିଂ ଓ ଅନ୍ୟାନ କାମ ପାଇଁ ୩୯୯ ଟଙ୍କା ୮୪ ଦିନ ପାଇଁ ଦେଉଛନ୍ତି। କିନ୍ତୁ ସେବା ମିଳୁନି। ପ୍ରତିଦିନ କଲ ଡ୍ରପ ଜନିତ ସମସ୍ୟା ବଢିବାରେ ଲାଗିଛି। କଲ ଚାଲିଥିବା ସମୟରେ ହଠାତ ଭୟେସ ରିସିଭ ହେବା ବନ୍ଦ ହେଇଯାଉଛି। ପୁଣିଥରେ କଲ କଲେ ମୋବାଇଲ ସୁଇଚ ଅଫ ଥିବା କହୁଥିବା ବେଳେ ଅନେକ ସମୟରେ ଟାୱାର ଫେଲ ରହୁଛି ନଚେତ କଲ ବାଇପାସ ହଉଛି। ମୋବାଇଲ ର ଡାଟା ସ୍ପୀଡ ମଧ୍ୟ ୪ଜି ସେବାପରି ରହୁନି। ଟାୱାର ରେ କେତେବେଳେ ଏଚ+ ତ କେତେବଳେ ଇ+ ରହୁଛି ତ ଅର୍ଥ କେତେ ବେଳେ ସ୍ପୀଡ ୩ଜି ତ କେତେବେଳେ ୨ଜି॰।କିନ୍ତୁ ଗ୍ରାହକ ମାନଙ୍କୁ ନିଆଯାଉଛି ୪ ଜି ର ପଇସା। ୪ଜି ଅଳ୍ପ ସମୟ ପାଇଁ ଆସିଲେ ମଧ୍ୟ ଡାଟା ସ୍ପୀଡ ୦୨ କେବି ୧୨,୧୫ କେବି ୨୦ କେବି ରହୁଛି। ଏତିକି ସ୍ପିଡ ରେ ଡାଟା ଅପଲୋଡ କି ଡାଉନଲୋଡ ହେବା କଷ୍ଟ ହଉଛି। ଭିଡିଓ ଡାଉନଲୋଡ ଅପଲୋଡ କଥା ଦୂରରେ ଥାଉ।ସମସ୍ତ ଗ୍ରାହକ ସୁବିଧା ବର୍ତମାନ ଅନଲାଇନ ମାଧ୍ୟମରେ ହେବା ଯୋଗୁଁ ସବୁ ଏବେ ବାଧାପ୍ରାପ୍ତ ହେଲାଣି। ଜିଓ ର କଥା କହିଲେ ନ ସରେ। ଆଜକୁ ୧୨ ମାସ ରୁ ୧୮ ମାସ ହେଲାଣି ସେବା ସ୍ଵାଭାବିକ ହଉନି। ଦୀର୍ଘଦିନ ଧରି କୁହାଗଲା ଏଠାରେ ଫେବ୍ରିକ କନେକଶେନ ବିଳମ୍ବ ଯୋଗୁଁ ଏହିପରି ଅସୁବିଧା ହାଉଛି ହେଲେ ଏମିତି କହି କହି ହାଲିଆ ହେଲେଣି ଆଊ କହିବା ପାଇଁ କିଛି ନାଇ। ଡାଟା ବ୍ୟବହାର ଗ୍ରାହକ ଙ୍କ ପାଇଁ ସପନ ହେଲାଣି ଏହି ନେଟୱର୍କ ରେ। ଜିଓ ର ବିକଳ୍ପ ଖୋଜିବାକୁ ଯାଇ ଲୋକେ ଏୟାରଟେଲ ପକେଇଲେ ତଥାପି ବର୍ତମାନ ନିୟମିତ ୪ଜି ସେବା ନମିଳିବା ଓ କଲ ଡ୍ରପ କୁନେଇ ସମସ୍ତେ ଅସନ୍ତୋଷ। ବିଏସେନେଲ କଥା ଆଉ କଣ କୁହାଯିବ ଏ ଯାଏଁ ଚାଲିଛି ୩ ଜି ସେବା। ଦେଶ ଆଗେଇଲାଣି ୫ଜି କୁ ହେଲେ ମିଳୁଛି ୩ ଜି। ସମସ୍ତ ଟେଲିକମ କମ୍ପାନୀ ପାଇଁ ଟେଲିକମ ରେଗୁଲାଟିଙ୍ଗ ଅଥରିଟି ଓଫ ଇଣ୍ଡିଆ ଗାଇଡ ଲାଇନ ରଖିଛନ୍ତି ଗ୍ରାହକ ଙ୍କୁ ଉତମ ସେବା ଯୋଗାଇବା ସହ ଯେପରି କଲ ଡ୍ରପ ସମସ୍ୟା ନ ରହେ ସେଥିପାଇଁ ଧ୍ୟାନ ଦେବେ ନଚେତ କାର‌୍ୟ୍ୟାନୁଷ୍ଠାନ ନିଆଯିବ ହେଲେ ଏଠାରେ ମାନୁଛି କିଏ। ଏହି ନିର୍ଦେଶନାମା ପାଳନ କରିବା ପାଇଁ ସମସ୍ତ ଟେଲିକମ କମ୍ପାନି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି କିନ୍ତୁ ଏହା ମାନିବା ପରିବର୍ତେ ଏହି ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି ଓ ଏହାର ସମାଧାନ ପାଇଁ ପ୍ରଚେଷ୍ଟା ବର୍ତମାନ ଯାଇ ହୋଇନି। ଫଳରେ ଗ୍ରାହକ ଶୋଷଣ ନୀତି ବଢିବାରେ ଲାଗିଛି। ଏଠି ସମସ୍ତ ଗ୍ରାହକ ଙ୍କ ମନରେ ପ୍ରଶ୍ନ ଯଦି ୪ଜି ସେବା ପାଇଁ ଟଙ୍କା ଦେବୁ ତେବେ କାହିଁକି ସେବାପାଇବାରୁ ବଞ୍ଚିତ ହେବୁ। ଉପରୋକ୍ତ ଅଧିକାରୀ ମାନେ ଏଥିପ୍ରତି ଦ୍ରୁଷ୍ଟି ଦେଇ ସେବା ସ୍ଵାଭାବିକ ନକଲେ ଗ୍ରାହକ ଙ୍କ ଅସନ୍ତୋଷ ବଢିବ ସହ ଏହାବିରୋଧରେ ପ୍ରତିବାଦ କରିବା ପାଇଁ ଆନ୍ଦୋଳନ ର ରାସ୍ତା ଆପଣେଇବେ ଏଥିରେ କୌଣସି ସନ୍ଦେହ ନାଇ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ