ହଟ୍‍ସ୍ପଟ୍‍ରୁ ଆସି ସଙ୍ଗରୋଧରେ ରହିଲେ ୬ ଶ୍ରମିକ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା  ଫିରିଙ୍ଗିଆ ଅଞ୍ଚଳରେ ଶନିବାର ହଟ୍‍ସ୍ପଟ୍‍ ଅଞ୍ଚଳରୁ ଆସି ୬ ଜଣ ଶ୍ରମିକ ସଙ୍ଗୋରୋଧ କେନ୍ଦ୍ରରେ ରହିଥିବା ସୂଚନା ମିଳିଛି। ବର୍ତ୍ତମାନ ଜିଲ୍ଲାର ସମସ୍ତ ପ୍ରବେଶ ପଥ ସିଲ୍‍ କରିଦିଆଯାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି। ତଥାପି କେତେକ ହଟ୍‍ସ୍ପଟ୍‍ ଜୋନରୁ ବିଭିନ୍ନ ଗଳାବାଟ ଦେଇ ଲୁଚିଛପି କିଛି ଲୋକ ଚାଲି ଆସୁଛନ୍ତି। ତେବେ ଏହି ପରିପ୍ରେକ୍ଷୀରେ ଶନିବାର ସକାଳୁସକାଳୁ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ସହର ସଟଡାଉନ ପାଇଁ ଶୁନଶାନ ଥିବା ବେଳେ ହଠାତ ଫିରିଙ୍ଗିଆ ବ୍ଲକ ଛକ ନିକଟରେ ଏକ ମାଲ ବୋଝେଇ ପିକଅପ ଭ୍ୟାନ ଆସି ୬ ଜଣ ଲୋକଙ୍କୁ ଓହ୍ଲାଇ ଦେଇ ଦୃତଗତିରେ ଚାଲିଯାଇଥିଲା । ଛକ ଉପରେ ଥିବା କିଛି ଲୋକ ଏହି ଘଟଣାକୁ ଦେଖି ଭୟଭିତ ହେବା ସହ ଉକ୍ତ ଲୋକମାନଙ୍କ ପାଖକୁ ମଧ୍ୟ ଯାଇ ନ ଥିଲେ। ପ୍ରାୟ ୩୦ ମିନିଟ୍‍ ଉକ୍ତ ଯୁବକମାନେ ଛକ ଉପରେ ବୁଲାବୁଲି କଲାପରେ ସ୍ଥାନୀୟ କିଛି ଲୋକ ଉକ୍ତ ଯୁବକମାନଙ୍କୁ ପଚରାଉଚରା କଲା ପରେ ଉକ୍ତ ଯୁବକମାନେ ବ୍ରହ୍ମପୁରର ଏକ ବୋରୱେଲ କମ୍ପାନିର ଶ୍ରମିକ ବୋଲି ପରିଚୟ ଦେଇଥିଲେ। ସେମାନେ ସବୁ ଫିରିଙ୍ଗିଆ ବ୍ଲକର ବୋଲି ଜଣାପଡିଥିଲ।।ପରେ ସ୍ଥାନୀୟ ବ୍ଲକ ପ୍ରଶାସନକୁ ଅବଗତ କରାଇଥିଲେ। ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମିରଂଜନ ମହନ୍ତ ପହଁଚି ଉକ୍ତ ୬ ଜଣ ଶ୍ରମିକଙ୍କୁ କୋଭିଡ଼ ଆମ୍ବୁଲ।ନ୍ସ ସାହାଯ୍ୟରେ ଫିରିଙ୍ଗିଆ ବ୍ଲକ ଡିଣ୍ଡିରା ଗାଁ ଠାରେ ଥିବା ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ରକୁ ପଠାଯାଇଥିଲ।। ଉକ୍ତ ଯୁବକମାନେ ଗାଡିଟି ଖାଲି ଆସୁଥିବା ଦେଖି ସେଥିରେ ଚଢି ଚାଲିଆସିଥିବା କହୁଥିବା ବେଳେ ଆସିବା ପାଇଁ ସେମାନଙ୍କୁ ଗାଡି ଡ୍ରାଇଭରକୁ ମୋଟା ଅଙ୍କର ଟଙ୍କା ଦେବାକୁ ପଡିଥିବା ମଧ୍ୟ କହିଛନ୍ତି। ଅନ୍ୟପଟେ ଏହି ଘଟଣା ବିଷୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମିରଞ୍ଜନ ମହନ୍ତଙ୍କୁ ପଚାରିବାରୁ, ଏହି ଯୁବକମାନେ ଆସୁଥିବା ଏକ ନିର୍ଦ୍ଦିଷ୍ଟ ଚେକପୋଷ୍ଟରୁ ଆମପାଖକୁ ଖବର ଆସିଥିଲ। ଯାହାପାଇଁ ଆମେ ପ୍ରସ୍ତୁତ ହୋଇ ରହିଥିଲୁ ବୋଲି କହିଛନ୍ତି। ଅନ୍ୟପଟେ ବର୍ତମାନ କନ୍ଧମାଳ ଜିଲ୍ଲାର ସମସ୍ତ ପ୍ରବେଶ ପଥ ସିଲ୍‍ ଥିବା ବେଳେ ଓ ଦୁଇଦିନ ଧରି ସାରା ଜିଲ୍ଲା ସଟ୍‍ଡାଉନ ଥିବା ବେଳେ କିଭଳି ଓ କେଉଁ ପରିସ୍ଥିତିରେ ଏହି ଶ୍ରମିକମାନେ ହଟ୍‍ସ୍ପଟ୍‍ ଜୋନରୁ କନ୍ଧମାଳ ଜିଲ୍ଲା ମଧ୍ୟକୁ ପ୍ରବେଶ କଲେ ତାହାକୁ ନେଇ ଏବେ ପ୍ରଶ୍ନବାଚି ସୃଷ୍ଟି ହୋଇଛି। ଏହି ଯୁବକମାନେ ଫିରିଙ୍ଗିଆରେ ବୁଲାବୁଲି କରୁଥିବା ଯୋଗୁଁ ପରବର୍ତ୍ତି ସମୟରେ କେତେକ ଅଞ୍ଚଳରେ ଅଗ୍ନିଶମ ବିଭାଗ ପକ୍ଷରୁ ସାନିଟାଇଜ୍‍ କରାଯାଇଥିବା ପ୍ରକାଶ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ