କନ୍ଧମାଳରେ ଭାରରେ ବୁହାହେଲେ ଗର୍ଭବତୀ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାରେ ପୁଣି ଜଣେ ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି। କନ୍ଧମାଳ-ରାୟଗଡ଼ା ସୀମାନ୍ତ ର ଏକ ଗ୍ରାମରୁ ଆସିଛି ଏଭଳି ଚିତ୍ର। କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ସିଲକୁଡ଼ି ନିକଟସ୍ଥ ମୁଣ୍ଡୁରିଖୋଲ ଗ୍ରାମର ଗଣ୍ଡା ମାଝୀ ଙ୍କର ସ୍ତ୍ରୀ ବାକଲିମା ମାଝୀ ଙ୍କ ର ଗର୍ଭ ଯନ୍ତ୍ରଣା ହୋଇଥିଲା। ଗର୍ଭବତୀ ଙ୍କ  ପରିବାର ପକ୍ଷରୁ ୧୦୮ ଆମ୍ବୁଲାନ୍ସ କୁ ଫୋନ କରାଯାଇଥିଲା। ପରେ ରାୟଗଡ଼ା ଜିଲ୍ଲାର ଅମ୍ବାଦୋଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ୧୦୮ ଆମ୍ବୁଲାନ୍ସ ଆସି ପହଞ୍ଚିଥିଲା ଗର୍ଭବତୀ ଙ୍କ ଗ୍ରାମ କୁ ସଂଯୋଗ କରୁଥିବା ସିଲକୁଡ଼ି ରାସ୍ତାରେ। ସିଲକୁଡ଼ି ଠାରୁ ପ୍ରାୟ ୧ କିମି ମୁଣ୍ଡୁରୀଖୋଲ କୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ କ୍ଲଷ୍ଟର ଲିଡ଼ର ଶୁଭ୍ରାଂଶୁ ସେନାପତି, ଡ୍ରାଇଭର ମନୋରଞ୍ଜନ କର, ଇ. ଏମ. ଟି. ପ୍ରକାଶ ପିଡ଼ିକାକା, ଆଟେଣ୍ଡାଣ୍ଟ ଜିତେନ୍ଦ୍ର ବିଷୋୟୀ, ପ୍ରମୁଖ ଗର୍ଭବତୀ ଙ୍କୁ ପ୍ରାୟ ୧ କିମି ଷ୍ଟ୍ରେଚର ରେ ବୋହି ବୋହି ଆଣିଥିଲେ। ସାଥିରେ ଥିଲେ ଅଙ୍ଗନବାଡି କର୍ମୀ ପୁଷ୍ପଲତା ପରାସେଟ ଓ ଆଶାକର୍ମୀ । ସେଠାରୁ ତୁମୁଡିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣି ଗର୍ଭବତୀ ଙ୍କୁ ଚିକିତ୍ସା କରାଯାଇଥିଲା। ରାସ୍ତା ଠିକ ନଥିବାରୁ ପୂର୍ବରୁ ମଧ୍ୟ ଏହି ବ୍ଲକ ଅଞ୍ଚଳରେ ଏକାଧିକ ଥର ଜନନୀ ଯନ୍ତ୍ରଣା ରେ ଛଟପଟ ହୋଇ ମେଡିକାଲ ରେ ପହଞ୍ଚି ଥିବା ଦେଖିବାକୁ ମିଳିଥିଲା। ଗୁମ୍ମା ପଞ୍ଚାୟତ ର ସୁଷଭଟ୍ଟା, ତୁମୁଡିବନ୍ଧ ପଞ୍ଚାୟତ ର ନିଲିଙ୍ଗପଦର ଓ କରକୁଡୁପା ପଞ୍ଚାୟତ ର ଏକ ଗ୍ରାମରୁ ମଧ୍ୟ ଗର୍ଭବତୀ ମାନେ ଯନ୍ତ୍ରଣା ରେ ତୁମୁଡିବନ୍ଧ ରେ ପହଞ୍ଚି ଥିବା ଦେଖିବାକୁ ମିଳିଥିଲା। ପୁଣି ଆଜି ମଧ୍ୟ ଏହି ଗର୍ଭବତୀ ସେହି ସମାନ ଦଶା ଭୋଗିଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ