ରାଜ୍ୟ ବାହାର ଶ୍ରମିକଙ୍କ ପାରାଦ୍ୱୀପ ପ୍ରବେଶକୁ ବିଜେଡିର ବିରୋଧ
ପାରାଦ୍ୱୀପ, (ପୀତବାସ ପ୍ରଧାନ):ସମଗ୍ର ଦେଶରେ କୋରୋନା ସଂକ୍ରମଣକ ବ୍ୟାପିବାପରେ ସରକାର ବିଭିନ୍ନ ପ୍ରକାର କଟକଣା ଲାଗୁ କରିଥିଲେ । ଦେଶର ସମସ୍ତ ଶିଳ୍ପାନୁଷ୍ଠାନ କୋରୋନାର ପ୍ରଭାବରେ ବନ୍ଦ ହୋଇଯାଇଥିଲା । ଫଳରେ ଦେଶର ଶିଳ୍ପ ସଂସ୍ଥା ସହ ଶ୍ରମିକ ମାନେ ଜୀବିକା ହରେଇଥିଲେ । ଲକ୍ଡାଉନ୍, ସଟଡାଉନ ନିୟମ କୋହଳ ହେବା ପରେ ଶିଳ୍ପ ସଂସ୍ଥା ଖୋଲିବା ଓ ଶ୍ରମିକ କାମରେ ଯୋଗ ଦେବାକୁ ସରକାର ଘୋଷଣା କରିଥିଲେ । ଏହି କ୍ରମରେ ପାରାଦ୍ୱୀପରେ ଥିବା ବିଭିନ୍ନ ଶିଳ୍ପ ସଂସ୍ଥାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଶ୍ରମିକ ମାନେ ଆସିବା ଆରମ୍ଭ କଲେ । ପାରାଦ୍ୱୀପ ଏବଂ ପାରାଦ୍ୱୀପ ରିଫାଇନାରୀ ରେ ଠିକା କାମ ନେଇଥିବା ଏଲଆଣ୍ଡଟି ବାହାର ରାଜ୍ୟରୁ ଶ୍ରମିକ ଆଣିଛି କାମରେ ନିୟୋଜନ ନିମନ୍ତେ । ଯେଉଁ ଶ୍ରମିକମାନେ ଆସିଛନ୍ତି ଅଧିକ କୋରୋନା ସଂକ୍ରମିତ ରାଜ୍ୟରୁ ଆସିଛନ୍ତି ।