ରସିକିଆ ଏସଆଇ ଙ୍କ ପ୍ରେମ ଫଣ୍ଡା ‘”‘ଲଭ”ସେକ୍ସ”ଧୋକା””

ତିର୍ତୋଲ, (ୱାଇଏନଏସ):ଖାକୀବର୍ଦ୍ଦି ବାବୁଙ୍କ ପ୍ରେମ ନିଶା ଏବେ ଦାଣ୍ଡ ରେ ପଡି ହାଟରେ ଗଡୁଛି lଥାନା ବାବୁ ଆମର ଏମିତି ଲୋକ ପ୍ରଥମ ଦେଖାରେ ପ୍ରେମ ଓ ପରେ ରୋମାନ୍ସ l ଆମେ କହୁଚୁ ଜଗତସିଂହପୁର ଜିଲ୍ଲା ପାରାଦୀପ ଅଂଚଳର ଏକ ଥାନା ର କାର୍ଯ୍ୟ ରତ ସବ – ଇନିସ୍ପେକଟର ଙ୍କ କଥା l ବାବୁ ଙ୍କ ବିରୋଧରେ ଆସିଛି ଏକ ସଂଗୀନ ଅଭିଯୋଗ, ଆଣିଛନ୍ତି ଜଣେ ମହିଳା ସବଇନିସ୍ପେକଟର, ସୂଚନାନୁଯାଇ ଯେ ଉଭୟ ଗତବର୍ଷ ପୁରୀ ରଥଯାତ୍ରା କାର୍ଯ୍ୟ ସମୟରେ ଉଭୟଙ୍କ ମଧ୍ୟରେ ଦେଖା ସାକ୍ଷାତ ହେବା ସହ ପରସ୍ପର ପରିଚିତ ହୋଇଥିଲେ ପରେ ଉଭୟଙ୍କ ମଧ୍ୟରେ ବଢିଥିଲା ପ୍ରେମସମ୍ପର୍କ l ସମ୍ପୃକ୍ତ ମହିଳା ସବଇନିସ୍ପେକଟର ଙ୍କୁ ବିବାହ ର ପ୍ରତିଶୃତି ଦେଇ ତାଙ୍କ ସହିତ ସମ୍ପର୍କ ନିବିଡ କରିବା ସହିତ ବିଭିନ୍ନ ସ୍ଥାନକୁ ନେଇ ଶାରୀରିକ ସମ୍ପର୍କ ରଖିଥିଲେ l ଏପରିକି ମହିଳା ସବଇନିସ୍ପେକଟର ଜଣକ ଗର୍ଭବତୀ ମଧ୍ୟ ହୋଇଥିଲେ, ପୁରୁଷ ସବଇନିସ୍ପେକଟର ଙ୍କ ଚାପରେ ପଡି ଗର୍ଭପାତ କରାଇଥିଲେ ଏଥିସହିତ ମହିଳା ସବ ଇନିସ୍ପେକଟରଙ୍କ ଅନ୍ତରଙ୍ଗ ମୁହୂର୍ତ ର ଫୋଟୋ ଓ ଭିଡ଼ିଓ ନିଜ ମୋବଇଲ ରେ ରଖିବା ସହ ବିବାହ କରିବାକୁ ରାଜି ହେଉନାହାନ୍ତି l ମହିଳା ଜଣକ ବିବାହ କରିବାକୁ ବାଧ୍ୟ କଲେ ଅନ୍ତରଙ୍ଗ ମୁହୂର୍ତର ଫୋଟୋ ଓ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରଲ କରିଦେବାର ଧମକ ଦେଉଥିବାରୁ ବାଧ୍ୟ ହୋଇ ମହିଳା ସବ ଇନିସ୍ପେକଟର ଜଣକ ଜଗତସିଂହପୁର ଏସପି ଙ୍କ ନିକଟରେ ଅଭିଯୋଗ କରିଛନ୍ତି l ଜଗତସିଂହପୁର ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣା ଯାଇଛି l ଏ ନେଇ ସମ୍ପୃକ୍ତ ଏସ ଆଇ ଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ