ବିନା ବୁଝାମଣାରେ ଟାଟା ସ୍କାଏ ନେଇ ଆସିଛି ବିସ୍ତୃତ ବର୍ଗର ମନପସନ୍ଦର ମନୋରଞ୍ଜନ

ଅଗ୍ରଣୀ ଡିଟିଏଚ୍ କମ୍ପାନି ଟାଟା ସ୍କାଏ ପକ୍ଷରୁ ଏହାର ଗ୍ରାହକଙ୍କ ପାଇଁ ବିନା ବୁଝାମଣାରେ ବିସ୍ତୃତ ବର୍ଗର ମନସପନ୍ଦର ମନୋରଞ୍ଜନ ନେଇ ଆସିଛି । ଏହାର ଲାଟେଷ୍ଟ କ୍ୟାମ୍ପେନ୍ ବିନା ବୁଝାମଣା ଅଭିଯାନ ମାଧ୍ୟମରେ ଟେଲର ମେଡ୍ ପ୍ୟାକ୍ ତଥା ତତ୍କ୍ଷଣାତ୍ ପ୍ୟାକ୍ ମଡିଫିକେସନ୍ ଆବଶ୍ୟକ ବଜେଟ୍ ଅନୁସାରେ ତଥା କଂଟେଟ୍ ଅନୁସାରେ ସମ୍ପନ୍ନ ହୋଇପାରୁଛି ।

ଏହି ଅଭିଯାନ ୩ଟି ଆଡ୍ ଫିଲ୍ମ ମାଧ୍ୟମରେ କରାଯାଉଛି । ୨୦୧୮ ବଲିଉଡ୍ ହିଟ୍ ଫିଲ୍ମ ବଧାଇ ହୋରେ ଅଭିୟନ କରିଥିବା ଗଜରାଜ ରାଓ ଗ୍ରାହକଙ୍କୁ କିପରି ବୁଝାମଣା ରେ ରିସ୍ତେଦାରୀର କୌଣସି ସମ୍ପର୍କ ନାହିଁ ଅବଗତ କରାଉଛନ୍ତି । ବଜେଟ୍ ଅନୁସାରେ ମନସପନ୍ଦର କଂଟେଟ୍ କିଭଳି ହାସଲ କରିହେବ ତାହା ସେ ବୁଝାଉଛନ୍ତି । ଟାଟା ସ୍କାଏ ସମସ୍ତ ଗ୍ରାହକଙ୍କ ଉତର ଏହି ଆଡ୍ ମାଧ୍ୟମରେ ପ୍ରଦାନ କରିବାକୁ ସକ୍ଷମ ହୋଇପାରୁଥିବା ପରିପ୍ରକାଶ କରାଯାଇଛି ।

ଏହି ଅବସରରେ ଟାଟା ସ୍କାଏ ମୁଖ୍ୟ କମ୍ୟୁନିକେସନ୍ ଅଫିସର ଅନୁରାଗ କୁମାର କହିଲେ, “ଟାଟା ସ୍କାଏ ଗ୍ରାହକଙ୍କୁ ଗୁଊବତାଯୁକ୍ତ ମନୋରଞ୍ଜନ ଉପଲବ୍ଧ କରାଇବା ପାଇଁ ପ୍ରତିଶ୍ରୁତିବଦ୍ଧ । ଟିଭି ଉପଭୋକ୍ତା ସମ୍ମୁଖୀନ ହେଉଥିବା ନାନା ସମସ୍ୟାର ପ୍ରତିଫଳନ ବିନା ବୁଝାମଣା ଅଭିଯାନରେ ପ୍ରଦର୍ଶିତ ହୋଇଛି । ଟାଟା ସ୍କାଏ ଏସବୁର ସମାଧାନ ପାଇଁ ପ୍ରୟାସ କରୁଛି ।” ଗଜରା ରାଓ ଜଣେ ସ୍ୱାମୀ ଏବଂ ଜ୍ୱାଇଁ ଭାବେ ଅଭିନୟ କରି ପରିବାରକୁ ପରିବର୍ତିତ ସମୟ ସହିତ ଅସୁଖୀ କରାଇବାକୁ ପସନ୍ଦ କରୁ ନ ଥିବା ଏହି ଅଭିଯାନରେ ପ୍ରଦର୍ଶିତ ହୋଇଛି । ପରିବାର ସଦସ୍ୟଙ୍କ ମୁହଁରେ ହସ ଭରିବା ପାଇଁ ସେ ପ୍ରୟାସ କରୁଛନ୍ତି ।
ଏହା ଛଡା ସଚେତନତା ସୃଷ୍ଟି କରିବା ଏବଂ ସାରା ଦେଶ ରେ ଲୋକ ମାନଙ୍କ ସହିତ ଯୋଡି ହେବା ପାଇଁ ଟାଟା ସ୍କାଏ, ଓଡିଆ ସମେତ ହିନ୍ଦୀ, ମାରାଠୀ, ବେଙ୍ଗଲି, କନ୍ନାଡା, ତେଲ୍ଗୁ, ମାଲାୟାଲମ୍ ଏବଂ ତାମିଲ ଇତ୍ୟାଦି ୮ ଟି ଭାଷାରେ ବିଜ୍ଞାପନ ର ସୁଭାରମ୍ଭ କରିଛି ଏବଂ ଜୀବନ କୁ ଅତି ସହଜ କରିବା ପାଇଁ ଟାଟା ସ୍କାଏ ନିଜର ନୂତନ ଟ୍ୟାଗ୍ ଲାଇନ ଲାଇଫ୍ ଜିଙ୍ଗାଡାଲା ଏଗେନ୍ ର ଏକ ନୂତନ ପଥ ଅନୁସରଣ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ