ଜମ୍ମୁରୁ ହଟିଲା ୧୪୪ ଧାରା , କଠୁଆ କଲେଜରେ ଉଡିଲା ଭାରତୀୟ ତ୍ରିରଙ୍ଗା
ଜମ୍ମୁରେ ୩୭୦ ଧାରା ଉଚ୍ଛେଦ ପରେ ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ଯବାନ ମୃତୟନ କରାଯାଇଥିଲା । ଅତି ଗୁରୁତ୍ୱପୂର୍ଣ୍ଣ ଓ ସମ୍ବେଦନଶୀଳ ସ୍ଥାନରେ ସେନା ମୃତୟନ କରିବା ସହ ଇଣ୍ଟରନେଟ ସେବାକୁ ସ୍ୱଳ୍ପ ସମୟ ପାଇଁ ବନ୍ଦ କରିବା ସହ ୧୪୪ ଧାରା ଜାରୀ ରହିଥିଲା । ୩୭୦ ଧାରା ଉଚ୍ଛେଦର ୩ ଦିନ ପରେ ଆଜି ୧୪୪ ଧାରା ଉଠାଇଦିଆଯାଇଥିବା ଜମ୍ମୁ ଜିଲ୍ଲାର ଡେପୁଟି ମାଜିଷ୍ଟେଟ୍ ସୁଷମା ଚୈାହାନ ଏନେଇ ସୂଚନା ଦେଇଛନ୍ତି । ଏହା ସହ ଆସନ୍ତାକାଲି ଠାରୁ ସମସ୍ତ ସ୍କୁଲ କଲେଜ ଖୋଲା ଯିବ ବୋଲି ଶନିବାର ଘୋଷଣା ହୋଇଛି । କଶ୍ମୀର ଉପତ୍ୟକାରେ ସୁଧୁରିଥିବା ଜିଲ୍ଲା ଅତିରିକ୍ତ ପୋଲିସ ଅଧିକାରୀ ମୁନିର ଖାନ ୍ କହିଛନ୍ତି ।ସେହିପରି ଧାରା ୩୭୦ ଉଚ୍ଛେଦ ପରେ କଠୁଆ କଲେଜରେ ପ୍ରଥମ ଥର ପାଇଁ ଭାରତୀୟ ତ୍ରୀରଙ୍ଗା ପତାକା ଉଡିଥିବାର ଦେଖିବାକୁ ମିଳିଥିଲା । ଏହା ସହ ଶାନ୍ତି ଶୃଙ୍ଖଳା ଆସିଥିବା ଜଣାପଡିଛି ।