ଦୁଇ ପଦାଧିକାରୀଙ୍କ କୋଦଳା ଏନଏସି ରେ ଯୋଗଦାନ

କୋଦଳା, (ଗୁଲସନ୍ କୁମାର କର):ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ର ଦୁର୍ନୀତି ଉପରେ ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରସାରଣ ପରେ ଶେଷରେ ନୂତନ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶୋକ କୁମାର ମୁଦୁଲି ଦାୟିତ୍ୱ ଗ୍ରହଣ କରିଛନ୍ତି। ଦିନକୁ ଦିନ ଏହି ଏନଏସିରେ ଦୁର୍ନୀତି ବଢିବା ପରେ ଶେଷରେ ଜିଲ୍ଲା ପ୍ରଶାସନ ତରଫରୁ ଶ୍ରୀ ମୁଦୁଲିଙ୍କୁ ଦାୟିତ୍ୱ ଭାର ଦିଆଯାଇଥିଲା। ସେ ମତବ୍ୟକ୍ତି କରିଛନ୍ତି ଯେ ଆଗାମୀ ଦିନରେ କୌଣସି ପ୍ରକାରର ଦୁର୍ନୀତିମୂଳକ କାର୍ଯ୍ୟକୁ ପ୍ରଶୟ ଦିଆଯିବ ନାହିଁ। ସେ ଏହା ପୂର୍ବରୁ ମାଲକାନଗିରି ଖଇରପୁର ତହସିଲରେ ଅତିରିକ୍ତ ତହସିଲଦାର ଭାବେ କାର୍ଯ୍ୟଭାର ତୁଲାଉଥିଲେ । ସେହିପରି କୋଭିଡ଼ିର ସ୍ୱତନ୍ତ୍ର ଅଧିକାରୀ ଭାବରେ କବିରାଜ ଆର୍ଯ୍ୟ ଯୋଗଦାନ କରିଛନ୍ତି। ସେ ଛତ୍ରପୁରରେ ଆରଆଇ ଭାବରେ କାର୍ଯ୍ୟ କରୁଥିଲେ।ବର୍ତ୍ତମାନ ସେ କୋଦଳା ଏବଂ ପୁରୁଷୋତ୍ତମପୁରରେ କୋଭିଡ଼ିର ସ୍ୱତନ୍ତ୍ର ଅଧିକାରୀ ରୂପେ ଯୋଗଦାନ କରିଛନ୍ତି। ସେ କହିଛନ୍ତି ଯେ ଜଣେ କୋଭିଡ଼ି ଯୋଦ୍ଧା ଭାବରେ ଲୋକଙ୍କ ପାଖରେ ପହଁଚି ଲୋକଙ୍କୁ ବୁଝାସୁଝା କରିବା ସହ ସଚେତନ କରିବି , ଏଥିରେ ତିଳେ ହେଲେ ଅବହେଳା କରିବେ ନାହିଁ। ଦରକାର ପଡ଼ିଲେ ଲୋକଙ୍କୁ ହାତଯୋଡି ସଚେତନ କରିପାରିବି ,ଆଉ ଯଦି ଲୋକମାନେ ସଚେତନ ହେଇପାରିବେ ତାହାହିଁ ମୋ ପାଇଁ ବହୁତ ବଡ଼ ଆଶୀର୍ବାଦ ଧରିନେବି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ