ପ୍ରକାଶ ଶ୍ରମିକ ସଂଘ ସାମିଲ ହେଲେ ଏଚ୍ପିସିଏଲ ଆଇଓସିଏଲର ଡ୍ରାଇଭର, ହେଲପର
ପାରାଦ୍ୱୀପ, (ପିତବାସ ପ୍ରଧାନ):ପାରାଦ୍ୱୀପ ଠାରେ ଥିବା ଏଚ୍ପିସିଏଲ, ଆଓସିଏଲ ଟର୍ମିନାଲରେ କାର୍ଯ୍ୟ କରୁଥିବା ଡ୍ରାଇଭର ଓ ହେଲପର ମାନେ ବୁଧବର ଦିନ ଯୁବ ଶ୍ରମିକ ନେତା ପ୍ରକାଶ ତ୍ରିପାଠୀ ଙ୍କ ନେତୃତ୍ୱାଧିନ ପାରାଦ୍ୱୀପ ପୋର୍ଟ କନ୍ଷ୍ଟ୍ରକ୍ସନ ମଜଦୁର ସଂଘରେ ସାମିଲ ହୋଇଛନ୍ତି । ବୁଧବର ଦିନ ଟର୍ମିନାଲ ନିକଟରେ ସଂଘର ସଭାପତି ଶ୍ରୀ ତ୍ରିପାଠୀ ପହଞ୍ôଚବା ପରେ ଡ୍ରାଇଭର ଓ ହେଲପର ମାନେ ତାଙ୍କୁ ଉଚ୍ଛସ୍ୱିତ ସମ୍ବର୍ଦ୍ଧନା ଜଣାଇଥିଲେ । ଟ୍ୟାଙ୍କର ଡ୍ରାଇଭର ଓ ହେଲପର ମାନଙ୍କ ସମସ୍ୟା ଗୁଡିକ ସଂପର୍କରେ ଶ୍ରୀଘ୍ର କର୍ତ୍ତୃପକ୍ଷମାନଙ୍କ ସହିତ ଆଲୋଚନା କରି ସମାଧାନା ଦିଗରେ କାର୍ଯ୍ୟ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ମହାମାରୀ କରୋନାର ନିୟମାନୁଯାୟୀ ସାମାଜିକ ଦ୍ୱରତ୍ୱ ଓ ଅଳ୍ପ ସଂଖ୍ୟକ ଲୋକମାନଙ୍କ ଉପସ୍ଥିତିକୁ ଗୁରୁତ୍ୱ ଦେବା ସହ ଶ୍ରୀ ତ୍ରିପାଠୀ ମାସ୍କ ଓ ସାନିଟାଇଜର ବଣ୍ଟନ କରିଥିଲେ । ସଂଘର ଉପସଭାପତି ଅଜିତ୍ ଦାସଙ୍କ ସମେତ ସଂଘର ବରିଷ୍ଠ କାର୍ଯ୍ୟକର୍ତ୍ତା ସୁବ୍ରତ ପ୍ରଧାନ, ସର୍ବେଶ୍ୱର ବଳିୟାରସିଂହ, କୈଳାଶ ନାୟକ ପ୍ରମୁଖ ଯୋଗଦେଇଥିଲେ । ଏ ସଂପର୍କରେ ଗତ ୧୫ ତାରିଖଦିନ ସ୍ଥାନୀୟ ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗକୁ ସଂଘ ପକ୍ଷରୁ ପତ୍ର ମାଧ୍ୟମରେ ସୂଚନା ଦିଆଯାଇଛି ।