କରୋନା ଯୋଗୁ ଡାକ୍ତରଙ୍କ ଶବ ସତ୍କାରକୁ ବିରୋଧ

ରାଇକିଆ, (ପ୍ରଦୀପ କୁମାର ବେହେରା) : କରୋନା ଯୋଦ୍ଧାଙ୍କ ମୃତଦେହକୁ ମିଳିଲାନି ସମ୍ମାନ । ଜୀବନ ଥିବା ଅବସ୍ଥାରେ ଲୋକଙ୍କ ସେବା କରି ନିଜର କର୍ତ୍ତବ୍ୟ ସୁଚାରୁ ରୂପେ ତୁଲେଇ ଥିଲେ ମଲା ପରେ କିନ୍ତୁ ଲୋକେ ସେମାନଙ୍କ କର୍ତ୍ତବ୍ୟକୁ ତୁଲେଇବାକୁ ମନା କରିଦେଲେ । ଗାଁ ଶ୍ମଶାନରେ ମାଟିର ପୁଅକୁ ଦୁଇ ହାତ ଯାଗା ଦେବାକୁ କୁଣ୍ଠା ବୋଧ ହେଲେ । ପ୍ରଶାସନ ର ନିବେଦନ ସତ୍ତ୍ୱେ ଅବହେଳିତ ହେଲା କରୋନା ଯୋଦ୍ଧାଙ୍କ ମରଶରୀର । ମୃତଦେହକୁ କବର ଦେବାକୁ ବିରୋଧ କଲେ ଗ୍ରାମବାସୀ ।ଏପରି ଏକ ଘଟଣା ଘଟିଛି କନ୍ଧମାଳ ଜିଲ୍ଲାର ଜି. ଉଦୟଗିରି ବ୍ଲକ ଅନ୍ତର୍ଗତ ମାଲିକ ପୋଡ଼ି ଆୟୁଷ ଡାକ୍ତର ତପନ ପ୍ରଧାନଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ପରେ ତାଙ୍କ ଦେହ ଅତି ଗୁରୁତର ହେବାରୁ ଫୁଲବାଣୀ ମୁଖ୍ୟଚିକିତ୍ସାଳୟକୁ ସ୍ଥାନାସ୍ତର ବେଳେ ବାଟରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏହାପରେ ମୃତଦେହକୁ ଗାଁକୁ ନିଆଯାଇଥିଲା ।ମାଲିକ ପୋଡ଼ି ଗ୍ରାମବାସୀ ଡାକ୍ତରଙ୍କ ମୃତ ଦେହକୁ କରୋନା ସନ୍ଦିଗ୍ଧ ଭାବି ବିରୋଧ କରିଥିଲେ । ଏଥିରେ ବ୍ଲକ ଅଧିକାରୀଙ୍କ ହସ୍ତକ୍ଷେପ ପରେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଏହାପରେ ତାଙ୍କୁ ନିକଟସ୍ଥ କନବାଗିରୀ ଶ୍ମଶାନକୁ ନିଆଯାଇଥିଲା । କିନ୍ତୁ ସେଠାରେ ମଧ୍ୟ ଗ୍ରାମବାସୀ କବର ଦେବାକୁ ବିରୋଧ କରିଥିଲେ । ତେବେ ବିରୋଧ ସତ୍ତ୍ୱେ ବ୍ଲକ ଅଧିକାରୀ ଓ ତହସିଲଦାରଙ୍କ ହସ୍ତକ୍ଷେପ ଫଳରେ କରୋନା ଯୋଦ୍ଧାଙ୍କୁ କବର ଦିଆଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ