ବନ୍ୟା କ୍ଷୟକ୍ଷତି ରିପୋର୍ଟ ଦାଖଲ ପାଇଁ ସମୀକ୍ଷା ବୈଠକ ନିର୍ଦ୍ଦେଶ

ଭବାନୀପାଟଣା , (ଯୁଗାବ୍ଦ ନ୍ୟୁଜ): ଶନିବାର ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ଙ୍କ ଅଧ୍ୟକ୍ଷତା ରେ ଭବାନୀପାଟଣା ଜିଲ୍ଲାପାଳ ସମ୍ମିଳନୀ କକ୍ଷ ଠାରେ କଳାହାଣ୍ଡି ଜିଲ୍ଲାର ବନ୍ୟା ସ୍ଥିତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କଳାହାଣ୍ଡି ଜିଲ୍ଲାରେ ବନ୍ୟାଜନିତ କ୍ଷୟକ୍ଷତି ଆକଳନ କରାଯାଇଛି । ଜିଲ୍ଲାରେ ସ୍ଥିତି ସାମାନ୍ୟ ରହିଥିଲେ ବି ବ୍ୟାପକ ମାଟି ଘର , ରାସ୍ତା ଓ ଫସଲ ନଷ୍ଟ ହୋଇଥିବା ସୁଚନା ମିଳିଛି ।କ୍ଷୟକ୍ଷତି ରିପୋର୍ଟ ୭ ଦିନ ମଧ୍ୟ ରେ ଦାଖଲ ପରେ ସରକାର ସହାୟତା ପାଇଁ ନିର୍ଦ୍ଦେଶ ଦେବେ ବୋଲି ରାଜସ୍ୱ ମନ୍ତ୍ରୀ ସୁଚନା ଦେଇଛନ୍ତି । ଅନ୍ୟପକ୍ଷ ରେ ହାତୀ ନଦୀ କୁଳିଆ ଗାଁ ପ୍ରତିବର୍ଷ ବନ୍ୟା କ୍ଷତି ର ସମାଧାନ ପାଇଁ ସ୍ଥାୟୀ ପ୍ରତିକାର ଦାବୀ କରିଛନ୍ତି । ତଥା ବାଲିଚର କ୍ଷତି ପାଇଁ କୃଷି ବିଭାଗ ସହଯୋଗ ପାଇଁ ସରକାର କୁ ନିବେଦନ କରିଛନ୍ତି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ