ସନ୍ଥ ଶୀରୋମଣି ତୁଳସୀ ଦାସ ଜୟନ୍ତୀ ସମାରୋହ
ଚିକିଟି ,(ଯୁଗାବ୍ଦ ନ୍ୟୁଜ୍) : ସନାତନ ଧର୍ମର ଆଧାତ୍ମିକ ସନ୍ଥ ତଥା ଶ୍ରୀରାମ ଚରିତ ମାନସର ରଚୟିତା ସନ୍ଥ ଶିରୋମଣୀ ତୁଳସୀ ଦାସ ଗୋସ୍ୱାମୀ ପୂର୍ଣ୍ଣ୍ୟ ଜନ୍ମତିଥି ଅବସରରେ ସ୍ଥାନୀୟ ଜମ୍ବେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଦିବ୍ୟ ଜୀବନ ଠାକୁର ଅବସର ପ୍ରାପ୍ତ କର୍ମଚାରୀ ସମନ୍ୱୀୟ କର୍ମଚାରୀ ଆନୁକୁଲ୍ୟରେ ସନ୍ଥୋ ଶିରୋମଣୀ ତୁଳସୀ ଦାସ ଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି ।ଏହି ସମାରୋହରେ ଗଣେଷ ପ୍ରସାଦ ପଣ୍ଡା ଅଧକ୍ଷତା କରିଥିବାବେଳେ ମୁଖ୍ୟ ଅତିଥି ରୁପେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସୁରେନ୍ଦ୍ର ନାଥ ମୁର୍ମୁ । ସମ୍ମାନିତ ଅତିଥି ରୁପେ ମାଧବା ନନ୍ଦ ନାୟକ ଏବଂ ମୁଖ୍ୟବକ୍ତା ଭାବେ ବ୍ରହ୍ମପୁର ଆର୍ଯ୍ୟଭଟ୍ଟ ସଂସ୍ଥାର ନର୍ଦ୍ଦେଶକ ସୁଧିର କୁମାର ରାଉତ ଯୋଗ ଦେଇ ଆଧୁନିକ ସମଜରେ ରାମ ଚରିତ ମାନସର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ ।ଅନୁଷ୍ଠାନର ସଦସ୍ୟ କିଶୋର ଚନ୍ଦ୍ର ପଟ୍ଟନାୟକ ରାମ ହରି ଦାସ ,ଓ ରଘୁ ନାଥ ବେହେରାଙ୍କୁ ସ୍ୱାଗତ ସମ୍ବର୍ଦ୍ଦନା କରାଯାଇଥିଲା । ଏହି ପୁଣ୍ର୍ଣ୍ର୍ୟ ଜୟନ୍ତି ଅବସରରେ ବହୁ କର୍ମକତ୍ତା ଯୋଗ ଦେଇଥିଲେ । ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।