ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ କାର୍ଯ୍ୟକାରୀ କମିଟି ବୈଠକ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍) : କଂଗ୍ରେସ କମିଟିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା କଂଗ୍ରେସ ଭବନ ପରିସରରେ ରବିବାର ପୂର୍ବାହ୍ନରେ ସଭାପତି ତଥା ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେଉରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସର୍ବସମ୍ମତି କ୍ରମେ ସି.ଡବ୍ଲୁ.ସି ର ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ଦଳର ଅନ୍ତରୀଣ ଅଧ୍ୟକ୍ଷ ରୂପେ ଘୋଷଣାକୁ ସ୍ୱାଗତ କରାଯାଇଥିଲା । ରାଜ୍ୟର ବିଜେଡି ସରକାର ଓ କେନ୍ଦ୍ରରେ ଥିବା ବିଜେପି ସରକାରଙ୍କ ପ୍ରତାରଣା ପୂର୍ବକ କାର୍ଯ୍ୟକ୍ରମକୁ ନିନ୍ଦା କରିବା ସଙ୍ଗେସଙ୍ଗେ ଆଗାମୀ ଦିନରେ ଜନସାଧାରଣଙ୍କ ସ୍ୱାର୍ଥରକ୍ଷା ନିମନ୍ତେ ଜିଲ୍ଲା କଂଗ୍ରେସ କମିଟି ଦୁର୍ବାର ଆନ୍ଦୋଳନ କରିବା ପାଇଁ ସମସ୍ତ ବକ୍ତାମାନେ ନିଜ ନିଜର ଅଭିଭାଷଣ ମାଧ୍ୟମରେ ବକ୍ତବ୍ୟ ରଖିଥିଲେ । ଏହି ବୈଠକରେ ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା, ଅଂଶୁମାନ ମହାନ୍ତି, ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଜ୍ଞାନଦେବ ବେହୁରା, କାର୍ଯ୍ୟକାରୀ କମିଟି ସଭାପତି ପ୍ରଫୁଲ୍ଲ କୁମାର ଦାସ, ହଳଧର ସେଠୀ, ଫକିର ଚରଣ ଖଟୁଆ, ରମାକାନ୍ତ ଦାଶ, ମଳୟ ଦାସ, କୈଳାସ ତରାଇ, ମଙ୍ଗୁଳି ଚରଣ ବେହେରା, ବାବୁରାମ ଜେନା, ମହାକାଳପଡାର କଂଗ୍ରେସ ନେତା ବିଭ୍ରାଂଶୁ ଶେଖର ଲେଙ୍କା, ଦାମୋଦର ବିଶ୍ୱାଳ, ନାରାୟଣ ପରିଡା, କୁମାର ଚନ୍ଦ୍ର ବଳ, ତରୁଣକାନ୍ତି କାଞିଲାଲ, ସଂଗ୍ରାମ ପୃଷ୍ଟି, ଦୈତାରୀ ନାୟକ, ବିଦ୍ୟାଧର ବରଜ, ଯଦୁମଣି ଦାସ, ସନ୍ତୋଷ ମହାନ୍ତି, ଉପସଭାପତି ସଂଜୟ ରାଉତ, କମଳାକାନ୍ତ ବେହେରା, ମୀର ମୁର୍ସିଦ, ଅନ୍ତର୍ଯ୍ୟାମୀ ସ୍ୱାଇଁ, ଟାଉନ କଂଗ୍ରେସ ସଭାପତି ସୌମେନ୍ଦ୍ର ପୃଷ୍ଟି, ମହିଳା କଂଗ୍ରେସର ମିନ୍ମୟୀ କର, ସନ୍ଧ୍ୟାରାଣୀ ରାଉତ, ନିରୁପମା ମହାନ୍ତି, ଯୁବ କଂଗ୍ରେସ ସଭାପତି ସତ୍ୟପ୍ରୀୟ ସାମଲ, ଆଶୀଷ ମେକାପ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସାଧାରଣ ସମ୍ପାଦକ ସମ୍ରାଟ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ