ବିଦ୍ୟାଳୟର ଅବସ୍ଥା ବେହାଲ , ବାହାରେ ମଧ୍ୟାହ୍ନ ଭୋଜନ ଖାଉଛନ୍ତି ଛାତ୍ରଛାତ୍ରୀ

କଳାହାଣ୍ଡି ,(ଯୁଗାବ୍ଦ ନ୍ୟୁଜ) : ସରକାର ଶିକ୍ଷାର ଉନ୍ନତି ପାଇଁ ବିଭିନ୍ନ ଯୋଜନାମାନ ପ୍ରଣୟନ କରୁଥିଲେ ମଧ୍ୟ ସେଗୁଡିକର ସଠିକ କାର୍ଯ୍ୟକାରୀ ହୋଇପାରୁନାହିଁ । କେଉଁଠି ବିଦ୍ୟାଳୟରେ ଶ୍ରେଣୀ ଗୃହର ଅଭାବ ଦୋଖାଯାଇଛି ତ ଆଉ କେଉଁଠି ଛାତ୍ôରଛାତ୍ରୀମାନଙ୍କ ସ୍ୱାସ୍ଥ୍ୟକୁ ନେଇ ଉଠିଛି ପ୍ରଶ୍ନ । ଏଭଳି ଏକ ଘଟଣା ଘଟିଛି ଧୂଆମୂଳା ରାମପୁର ବ୍ଲକ ଅନ୍ତର୍ଗତ ଜାଗେଶପଦର ପ୍ରାଥମିକ ବିଦ୍ୟାଳୟରେ । ଲଗାଣ ବର୍ଷା ଯୋଗୁଁ ବିଦ୍ୟାଳୟ ଛାତରୁ ପାଣି ଗଳି ବିଦ୍ୟାଳୟର ଅବସ୍ତା ଶୋଚନୀୟ ହେବାସହ ୨ବର୍ଷ ପୁର୍ବରୁ ନିର୍ମିତ ହୋଇଥିବା ନୂତନ କୋଠାର ଅବସ୍ଥା ତଦୃପ । ସାମାନ୍ୟ ବର୍ଷା ହେଲେ ଛାତ୍ରଛାତ୍ରୀମାନେ ବସିବାକୁ ଜାଗା ପାଉନଥିବାବେଳେ ଝିପିଝିପି ବର୍ଷାରେ ମଧ୍ୟ ବାହାରେ ବସି ମଧ୍ୟାହ୍ନ ଭୋଜନ ଖାଇବାକୁ ପିଲାମାନେ ବାଧ୍ୟ ହୋଇପଡିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ