ଦୁଇବର୍ଷର ଶିଶୁକନ୍ୟାଙ୍କୁ କରୋନା, ନିଷିଦ୍ଧାଞ୍ଚଳ ହେବ ଏକାଧିକ ସ୍ଥାନ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) :  କନ୍ଧମାଳ ଜିଲାରେ କରୋନା ସଂକ୍ରମଣଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ସୋମବାର ଜିଲାରେ ନୂଆ ୭୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା କନ୍ଧମାଳ ଜିଲାପାଳ ଡ.ବୃନ୍ଦା ଡି ଟୁଇଟ କରି ଜଣାଇଛନ୍ତିା ସେମାନଙ୍କ ମଧ୍ୟରେ କେବଳ ଦାରିଙ୍ଗବାଡ଼ିରୁ ୧୧ ଜଣ ରହିଥିବା ବେଳେ ଉକ୍ତ ବ୍ଲକ ଶ୍ରାନିକେତା ପଞ୍ଚାୟତର ଗୋଟିଏ ପରିବାରର ବାପା ଏବଂ ତାଙ୍କ ଦୁଇବର୍ଷର ଶିଶୁକନ୍ୟା ଅଛନ୍ତି । ସେହିପରି ଦାରିଙ୍ଗବାଡ଼ିର ନିଳକନ୍ଦରସାହି, ଡଲାବାଡ଼ି, ଗ୍ରୀନବାଡ଼ିରୁ ୯ଜଣ ଚିହ୍ନଟ ହୋଇଛନ୍ତି ।  ସେମାନଙ୍କ ମଧ୍ୟରେ ଗଞ୍ଜାମ ଯାଇଥିବା ବ୍ୟକ୍ତି ରହିଥିବା ବେଳେ ବ୍ୟାଙ୍କ କର୍ମଚାରୀ ଏବଂ ତାଙ୍କ ସଂସ୍ପର୍ଶରେ ଆସିଥିବା ୨୪ରୁ ୫୦ ବର୍ଷ ବୟସର ବ୍ୟକ୍ତି ରହିଛନ୍ତି । ଦାରିଙ୍ଗବାଡ଼ି ତହସିଲଦାର ନିତିସ କୁମାର ତ୍ରୀପାଠି ଏହି ସମସ୍ତ ଅଞ୍ଚଳ ପରିଦର୍ଶନ କରି ନିଷିଦ୍ଧାଞ୍ଚଳ ଘୋଷଣା କରିବା ପାଇଁ ନକ୍ସା ପ୍ରସ୍ତୁତ କରୁଥିବା କହିଛନ୍ତି ।  କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି କାରଣରୁ ଯେଉଁସବୁ ଅଞ୍ଚଳରେ କରୋନା ସଂକ୍ରମିତ ବାହାରିଛନ୍ତି ସେ ସବୁ ଅଞ୍ଚଳକୁ ପ୍ରଶାସନ ପକ୍ଷରୁ ବିଶୋଧିତ କରାଯାଉଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ