ଖଲିସ୍ତାନ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ(ଏଜେନ୍ସି): ଖଲିସ୍ତାନ କମାଣ୍ଡୋ ଫୋର୍ସ(କେସିଏଫ୍) ପ୍ରମୁଖ ଆତଙ୍କବାଦୀ ଗୁରୁସେୱକ ବାବଲାକୁ ଦିଲ୍ଲୀ କ୍ରାଇମ୍ବ୍ରାଞ୍ଚ ଗିରଫ କରିଛି । ବାବଲାକୁ ଦୀର୍ଘ ଦିନ ହେଲା ପୁଲିସ୍ ଗିରଫ କରିବାକୁ ଖୋଜୁଥିଲା । ପଞ୍ଜାବର ଲୁଧିଆନାଠାରେ ରହୁଥିବା ୫୩ ବର୍ଷୀୟ ବାବଲାକୁ ଦିଲ୍ଲୀରୁ ଗିରଫ କରାଯାଇଥିବା ଜଣାପଡ଼ିଛି । ବାବଲା ନାଁରେ ୫୦ରୁ ଅଧିକ ଆତଙ୍କବାଦୀ କାର୍ଯ୍ୟକଳାପ ସହ ପୁଲିସ୍ ଅଧିକାରୀଙ୍କୁ ହତ୍ୟା, ବ୍ୟାଙ୍କ ଓ ପୋଷ୍ଟ ଅଫିସ୍ ଆଦି ଲୁଟ୍ ଭଳି ମାମଲା ରହିଛି । କେବଳ ପଞ୍ଜାବ ନୁହେଁ, ଦିଲ୍ଲୀ, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ମଧ୍ୟ ତା’ ନାଁରେ ମାମଲା ରହିଥିବା ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ