ସନ୍ଦେହ ଘେରରେ ଟାଟା କୋଭିଡ୍
ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ): ବଡବଜାର ଥାନା ଅନ୍ତର୍ଗତ ଗଣାପତି ନଗର ୨ୟ ସାହିର ବସନ୍ତକୁମାର ସାହୁ ବୟସ ୪୯ ବର୍ଷ ନାମକ ଜଣେ ବ୍ୟକ୍ତି ଗତ ୧୯ ତାରିଖ ଦିନ ସିତଳାପଲ୍ଲୀ ସ୍ଥିତ ଟାଟା କୋଭିଡ ମେଡିକାଲ ରେ ଆଡ଼ମିଟ ହୋଇଥିଲେ । ଆଡ଼ମିଟ ହେବାର ୨୪ ତାରିଖ ପର୍ଯ୍ୟନ୍ତ ପରିବାର ଲୋକଙ୍କ ସହ ବସନ୍ତ ଫୋନ ରେ କଥାବାର୍ତ୍ତା କରୁଥିଲେ । କିନ୍ତୁ ୨୪ତାରିଖ ପର ଠାରୁ ଆଉ ଫୋନ ଲାଗିଲାନାହିଁ। ଯାହା ଫଳରେ ପ୍ରଶାସନ ଜାରିକରିଥିବା ହେଲ୍ପ ଲାଇନ ନମ୍ବର ରେ ଯୋଗାଯୋଗ କରି ପୁଣି ୨୭ ତାରିଖ ପର୍ଯ୍ୟନ୍ତ କଥାବାର୍ତ୍ତା ଜାରି ରଖିଥିଲେ ।କିନ୍ତୁ ଗତ କାଲିଠାରୁ ବସନ୍ତଙ୍କ ସହ ଆଉ ଫୋନ ମାଧ୍ୟମରେ ଯୋଗାଯୋଗ ହୋଇ ପାରିଲା ନାହିଁ । ଟାଟା କୋଭିଡ ମେଡିକାଲ ରେ ହଠାତ ଫୋନ ଆସିଥିଲା ଆଉ ଜଣାଇ ଦିଆଗଲା ବସନ୍ତ ସାହୁ ଗତ ୨୪ ତାରିଖ ଠାରୁ ମୃତ୍ୟୁବରଣ କରିଛନ୍ତି ବୋଲି । ତେବେ ଏଠି ପ୍ରଶ୍ନ ଉଠୁଛି କି ଯଦି ୨୪ ତାରିଖ ଠାରୁ ଯଦି ବସନ୍ତ ସାହୁ ମୃତ୍ୟୁବରଣ କରି ସାରିଛନ୍ତି । ତେବେ ୨୭ ତାରିଖ ପର୍ଯ୍ୟନ୍ତ ମେଡ଼ିକାଲ କତ୍ତୃପକ୍ଷଙ୍କ ସହ ପରିବାର ଲୋକେ ହେଲ୍ପ ଲାଇନ ନମ୍ବରରେ କାହା ବିଷୟରେ ଯୋଗାଯୋଗ ରଖିଥିଲେ । ଫୋନ ଯୋଗେ ମେଡ଼ିକାଲ କତ୍ତୃପକ୍ଷ ବସନ୍ତଙ୍କ ସହ କଥା କରେଇବୁ କହିବା ସହ ସେ ICU ଅଛନ୍ତି ବୋଲି କହି ଫୋନ ରଖି ଦେଉଥିଲେ । କିନ୍ତୁ ଆଜି ହଠାତ କିପରି ଉତ୍ତର ରଖିଲେ କି ସେ ଗତ ୨୪ ତାରିଖ ଠାରୁ ବସନ୍ତ ମୃତ୍ୟୁ କରିସାରିଲେଣି ବୋଲି ପରିବାର ଲୋକେ ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ! କେମିତି ଏମିତି ହୋଇପାରେ କାହାସହ ତାହାହେଲେ କଥା କରେଇବା ପାଇଁ ୩ ଦିନ ଧରି ମେଡ଼ିକାଲ କତ୍ତୃପକ୍ଷ କହୁଥିଲେ ବର୍ତ୍ତମାନ ଦ୍ଵନ୍ଦରେ ପରିବାର ଲୋକେ ।ଏଥିନିମନ୍ତେ ମେଡିକାଲ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତାକୁ ପରିବାର ଲୋକେ ଦାୟୀ କରିଥିବା ବେଳେ ମେଡିକାଲ କର୍ତ୍ତୃପକ୍ଷ କିନ୍ତୁ ନିଜ ସଫେଇରେ ପରିବାର ଲୋକଙ୍କୁ ଯୋଗାଯୋଗ କରିଥିବା କଥା କହିଛନ୍ତି। ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି ବସନ୍ତଙ୍କ ମୃତ୍ୟୁ ଦିନ ୨୪ ତାରିଖରେ ପରିବାର ଲୋକଙ୍କ ଫୋନ୍ ଲାଗି ନ ଥିଲା। ଏହାପରେ ଗତ ୨୬ ତାରିଖରେ ବ୍ରହ୍ମପର ମ୍ୟୁନିସିପାଲ କର୍ତ୍ତୃପକ୍ଷ ଓ ଆସ୍କା ବିଡିଓଙ୍କୁ ଚିଠି କରାଯାଇଥିଲା, କିନ୍ତୁ କିଛି ଉତ୍ତର ମିଳି ନ ଥିଲା। ଏହାପରେ ୨୮ ତାରିଖରେ ପରିବାର ଲୋକଙ୍କ ସହ ଯୋଗାଯୋଗ ସମ୍ଭବ ହେବାରୁ ବସନ୍ତଙ୍କ ମୃତ୍ୟୁ ସମ୍ପର୍କରେ ସେମାନଙ୍କୁ ଅବଗତ କରାଯାଇଛି।ପରିବାର ଲୋକଙ୍କ ସହ ଯୋଗାଯୋଗ ହୋଇପାରି ନ ଥିବାରୁ ବସନ୍ତଙ୍କ ମୃତଦେହକୁ ସତ୍କାର କରା ନ ଯାଇ ଶବ ଗୃହରେ ରଖାଯାଇଥିବା ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି। ଯଦି ବସନ୍ତଙ୍କ ପରିବାର ସଦସ୍ୟଙ୍କ ଫୋନ୍ ଲାଗୁ ନ ଥିଲା, ତେବେ ସେ ଆଇସିୟୁରେ ଜେନେରାଲ ବେଡରେ ଥିବା କଥା କିପରି କୁହାଯାଉଥିଲା ବୋଲି ପ୍ରଶ୍ନ ଉଠିଛି।ଏହିପରି ଏକ କରୁଣ କାହାଣୀ ସାମନାକୁ ଆସିଥିବା ବେଳେ ବହୁ ମୃତଦେହ ମେଡିକାଲରେ ପଡ଼ିଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଏନେଇ ପରିବାର ଲୋକେ ବଡ଼ବଜାର ଥାନାରେ ମାମଲା ରୁଜୁ କରିବାପାଇଁ ଯାଇଥିବା ଥାନାରେ ଏଫାର ରଖିବା ପାଇଁ ମନା କରୁଥିବା ଅଭିଯୋଗ ହେଉଥିବା ବେଳେ ଏହିପରି ଯେମିତି ଅନ୍ୟ ବ୍ୟକ୍ତି ସହ ନହୁଏ ସେଥିପାଇଁ ପ୍ରଶାସନ ବିରୁଦ୍ଧରେ ଲଢେଇ କରିବା ପାଇଁ ଅଣ୍ଟା ଭିଡିଛନ୍ତି ପରିବାର ଲୋକେ।


