ଫୁଲବାଣୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ବିଦ୍ୟାଥ୍ରୀଙ୍କ ମାଟ୍ରିକ ପରୀକ୍ଷାରେ ସଫଳତା

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ) : ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି । ଭିଡିଓ ରିଲିଜ ମାଧ୍ୟମରେ ପରୀକ୍ଷା ଫଳ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ପ୍ରକାଶ କରିଛନ୍ତି । କନ୍ଧମାଳ ଜିଲ୍ଲାର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଦଶମ ଶ୍ରେଣୀ ପରୀକ୍ଷା ଫଳ ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇପାରିଛି । ଉକ୍ତ ବିଦ୍ୟାଳୟର ପାସହାର ୯୯ ପ୍ରତିଶତ ରହିଥିବା ବେଳେ ବିଦ୍ୟାଳୟର ଟପର ଭାବେ ଏ୧ ଗ୍ରେଡରେ ଉଭୟ ୫୪୦ନମ୍ବର ରଖି ଛାତ୍ର ଆୟୁଷ ମହାନ୍ତି ଏବଂ ବ୍ରାଇଟ ଦିଗାଲ କୃତକାର୍ଯ୍ୟ ହୋଇଛନ୍ତି । ଏଥି ସହିତ ବିଦ୍ୟାଳୟରେ ଏ୨ରେ ୧୦ଜଣ ,ବି୧ରେ ୨୫ଜଣ, ବି୨ରେ ୨୩ଜଣ, ସିରେ ୨୩ଜଣ, ଡି ଗ୍ରେଡରେ୯ଜଣ, ଇ ଗ୍ରେଡରେ ୭ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ।ବିଦ୍ୟାଳୟରେ ୧୦୦ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୯୯ ଜଣ କୃତକାର୍ଯ୍ୟ ହୋଇଛନ୍ତି । ବିଦ୍ୟାଳୟର ଏହି ସଫଳତା ପାଇଁ ସମସ୍ତ ଅଭିଭାବକ, ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ସମେତ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଜାନକୀ ବଲ୍ଲଭ ବିଷୋୟୀଙ୍କୁ ଶୁଭେଛା ଜଣାଇବା ସହିତ ଶ୍ରେୟ ପ୍ରଦାନ କରିଛନ୍ତି ।ଏଥି ସହିତ ବିଦ୍ୟାଳୟର ସଭାପତି ତଥା ବରିଷ୍ଠ ଆଇନଜୀବୀ ହରିଶ୍ଚନ୍ଦ୍ର ମହାରଣା, ଉପସଭାପତି ଡ. ଚିତ୍ତରଞ୍ଜନ ମିଶ୍ର, ସମ୍ପାଦକ ବିରଞ୍ଚି ନାରାୟଣ ମିଶ୍ର ଏବଂ ବିଦ୍ୟାଳୟ କମିଟିର ସମସ୍ତ ସଦସ୍ୟ ଏହି ସଫଳତା କୁ ନେଇ ଗୌରବାନ୍ୱିତ ମନେ କରିଛନ୍ତି ଏବଂ କୃତି ଛାତ୍ରଛାତ୍ରୀ ମାନଙ୍କର ଶୁଭ କାମନା କରିଛନ୍ତି । ପରୀକ୍ଷା ଫଳ ସଂପର୍କିତ ସୂଚନା ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଏବଂ ସଭାପତି ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ