କରୋନା ଯୋଦ୍ଧା ବରିଷ୍ଠ ସାମ୍ବାଦିକ ରତନମ୍ ପରିବାରକୁ ମୁଖ୍ୟମନ୍ତ୍ରୀ ସହାୟତା ରାଶି ଅନୁମୋଦନ,ଗଜପତି ସାମ୍ବାଦିକଙ୍କ ସାଧୁବାଦ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ଜଣେ କୋଭିଡ୍ ଯୋଦ୍ଧା ତଥା ବରିଷ୍ଠ ସାମ୍ବାଦିକ କେ.ସିଏଚ.ରତନମ୍‌ଙ୍କ ଗତ ୧୨ ତାରିଖରେ ପରଲୋକ ହୋଇଥିଲା । ସେ ସାମ୍ବାଦିକମାନଙ୍କ ପାଇଁ ରୋଲ୍ ମଡେଲ୍ ଥିଲେ । ତେଲୁଗୁ ଇନାଡୁ ଦୈନିକ ପତ୍ରିକାରେ ସେ ଦୀର୍ଘ ୪୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି କାର୍ଯ୍ୟ କରି ଆସୁଥିଲେ । ଗଜପତି ଜିଲ୍ଲାରେ ସେ ସମସ୍ତଙ୍କ ଅତି ପ୍ରିୟ ଥିଲେ । କୋଭିଡ୍ ଯୋଦ୍ଧା ତଥା ବରିଷ୍ଠ ସାମ୍ବାଦିକ କେ.ସିଏଚ.ରତନମ୍‌ଙ୍କ ପରିବାରକୁ ସରକାରଙ୍କ ଘୋଷିତ ଆର୍ଥିକ ସହାୟତା ଦିଆଯିବା ପାଇଁ ପାରଳାଖେମୁଣ୍ଡି ଠାରେ ଥିବା ସମସ୍ତ ଜିଲ୍ଲା ସ୍ତରୀୟ ସାମ୍ବାଦିକମାନେ ଦାବି କରିଥିଲେ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱର୍ଗତ ଏହି ସାମ୍ବାଦିକଙ୍କ ପରିବାରକୁ ୧୫ଲକ୍ଷ ଟଙ୍କାର ସହାୟତା ରାଶି ଅନୁମୋଦନ କରିଛନ୍ତି । ଏ ନେଇ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସରକାରଙ୍କୁ ଗଜପତି ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଗରୁଡଧ୍ୱଜ ଚୌଧୁରୀ,ସାଧାରଣ ସମ୍ପାଦକ ତାରିଣୀ ପ୍ରସାଦ ପଣ୍ଡା,ବରିଷ୍ଠ ସାମ୍ବାଦିକ ଗଣେଶ ରାଜୁ,ରଶ୍ମିରଞ୍ଜନ ମିଶ୍ର,ଦେବାଶିଶ ପାଢି,ଶିଶିର କୁମାର ଗୌଡ,ଦ୍ୱିଜେନ୍ଦ୍ର ନାଥ ପାଢି,ବିଧାନ ଚୌଧୁରୀ, ପ୍ରଦୀପ ନାୟକ,ବସନ୍ତ ପଣ୍ଡା,ବାସୁଦେବ ଦାସ,ଆଦର୍ଶ ଦାସ,ରୁପେଶ ସାହୁ,ସୁଜିତ ବିଶୋଇ,କୃଷ୍ଣ କୁମାର ବେହେରା,ସୁଜିତ ପ୍ରଧାନ,ପ୍ରଭାତ ପାତ୍ର,ବୀର କିଶୋର ପଟ୍ଟନାୟକ,ରାମଗୋବିନ୍ଦ ଆଚାର୍ଯ୍ୟ,ଆମୋଦ ବର୍ଦ୍ଧନ,ସୀତାକାନ୍ତ ପଣ୍ଡା,ଶ୍ରୀକାନ୍ତ ମହାରାଣା,ଜଗଦୀଶ ପଣ୍ଡା,ସରୋଜ ବୀର,ସରୋଜ ପାଣିଗ୍ରାହୀ,ବିବେକା ନନ୍ଦ ବେହେରା,ପି.ଅନୀଲ,ବାଳକୃଷ୍ଣ ପାଣିଗ୍ରାହୀ ପ୍ରମୁଖ ସାମ୍ବାଦିକମାନେ କୃତଜ୍ଞତା ଓ ସାଧୁବାଦ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ