ଭିଡିଓ କନଫରେନ୍ସିଂ ଜରିଆରେ ସମୀକ୍ଷା କଲେ ରାଜ୍ୟ ମୁଖ୍ୟ ଶାସନ ସଚିବ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):: ବୁଧବାର ରାଜ୍ୟ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୂଲମନ୍ତ୍ର ୫-ଟି ସୂଚିକୁ ପାଥେୟ କରି ଗଞ୍ଜାମ ଜିଲ୍ଲାର ସମସ୍ତ ବିକାଶ ମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢୀ ନିର୍ଦ୍ଦେଶ ଦେଇଛନ୍ତି । ଆଜି ପୂର୍ବାହ୍ନ ୧୦ ଘଣ୍ଟାରୁ ଦିବା ଗୋଟାଏ ପର୍ଯ୍ୟନ୍ତ ଧରି ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓସ୍ୱାନ୍ କକ୍ଷରେ ଅନୁଷ୍ଠିତ ଭିଡିଓ କନଫରେନ୍ସିଂ ବୈଠକରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଉପସ୍ଥିତିରେ ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ । ବିଶେଷ କରି ଗଞ୍ଜାମ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା, ଜୁଡିସିୟଲ୍, ସଂସ୍କୃତି ବିଭାଗ, ଶିକ୍ଷା ବିଭାଗ, କୃଷି ବିଭାଗ, ଯୋଗାଣ ବିଭାଗ, ସମାଜ ଓ ମଙ୍ଗଳ ବିଭାଗ ଏବଂ ପରିବହନ ବିଭାଗର ପୃଥକ ପୃଥକ ଆଲୋଚନା ହୋଇଥିଲା । ସୁସ୍ଥ ଓଡିଶା ସ୍ୱଚ୍ଛ ଓଡିଶା, ସୁଦ୍ଧ ପାନୀୟ ଯୋଗାଣ, ଚିଟ ଫଣ୍ଡ ଟଙ୍କା, କାଳିଆ ଯୋଜନା, ସଫା ସୁତରା, ପ୍ଲାଷ୍ଟିକ ଓ ପଲିଥିନ୍ କୁ ନା ଉପରେ ଆଲୋଚନା କରାଯାଇଥିଲା ।ଉକ୍ତ ବୈଠକରେ ବିଏମ୍ସି କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର, ଡୁଡା ପିଡି ସୁଦାମ ଚରଣ ମଣ୍ଡଳଙ୍କସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ