ମହାପରାୟାଣ ଗାଡ଼ି ମିଳିଲାନି, ଅଟୋ ରେ ବୁହା ହେଲା ମୃତ ଦେହ
ରାଇକିଆ, (ପ୍ରଦୀପ କୁମାର ବେହେରା):କନ୍ଧମାଳ ଜିଲ୍ଲା ରାଇକିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ପୁଣି ଅବ୍ୟବସ୍ଥା ଦେଖା ଦେଇଛି । ଜଣେ ଯୁବକ ର ମୃତ୍ୟୁ କୁ ନେଇ ସ୍ଥାନୀୟ ଲୋକ ଙ୍କ ମଧ୍ୟରେ ଅସୋନ୍ତଷ ଦେଖା ଦେଇଛି । କ.ନୂଆଗାଁ ବ୍ଲକ ଚାଞ୍ଚେଡି ପଞ୍ଚାୟତର କ୍ରିଟାଙ୍ଗିଆ ଗ୍ରାମର ଅଂଶୁମାନ ନାୟକ ସିକଲିନ୍ ରୋଗରେ ପୀଡିତ ହୋଇ ରାଇକିଆ ମେଡିକାଲ୍ ରେ ଗୁରୁତର ଅବସ୍ଥା ରେ ଭର୍ତି ହୋଇ ଥିଲେ । ଶନିବାର ସକାଳୁ ତାଙ୍କର ମୃତ୍ୟୁ ହୋଇଥିଲା । ଏଥିରେ ପରିବାର ଲୋକେ ଘରକୁ ମୃତ ଦେହ ନେବା ପାଇଁ ମହା ପରାୟଣ ଗାଡ଼ି ନ ମିଳିବାରୁ ବାଧ୍ୟ ହୋଇ ଏକ ଅଟୋ ରେ ମୃତ ଦେହ ନେଇ ଥିଲେ । ଅନ୍ୟ ପକ୍ଷରେ ମୃତ ଅଂଶୁମାନ ର ବାପା, ମା ଭୁବନେଶ୍ୱର ରେ କାମ କରୁଥିବା ରୁ ପୁଅ ର ଅସୁସ୍ଥତା ନେଇ ଖବର ପାଇ ଥିଲେ ମଧ୍ୟ ଗାଡ଼ି ଚଳାଚଳ ହୋଇ ପାରୁ ନଥିବାରୁ ଏପରି ଅବସ୍ଥା ରେ ମଧ୍ୟ ଘରେ ପହଂଚି ପାରି ନଥିଲେ । ରାଇକିଆ ରେ କନ୍ଟେନମେନଟ୍ ଜୋନ ଯୋଗୁଁ ଗ୍ରାମାଞ୍ଚଳ ରୁ ବହୁ ରୋଗୀ ରାଇକିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଠିକ୍ ସମୟରେ ଆସି ନ ପାରି ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ।